Breaking News

ପ୍ରତିଶ୍‌ୃତି ରଖିଲେ କେନ୍ଦ୍ରମନ୍ତ୍ରୀ ; ସାଧୁବାଦ ଜଣାଇଲା ନୀଳାଚଳ କୃଷକ ମହାସଂଘ

The Union Minister made the promise; The Nilachal Krishak Mahasangh applauded.

ସାକ୍ଷୀଗୋପାଳ------ନୀଳାଚଳ କୃଷକ ମହାସଂଘ ପକ୍ଷରୁ ପଟ୍ଟନାୟକିକିଆ ଛକ ସ୍ଥିତ ଯାଯାବର ଗେଷ୍ଟ ହାଉସ ଠାରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ମହାସଂଘ ପକ୍ଷରୁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ପାଣି ନିଷ୍କାସନ ସମସ୍ୟା ନେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ମହାସଂଘର କର୍ମକର୍ତ୍ତା ମାନେ ଆଲୋଚନା କରିଥିଲେ । ପରେ ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟମନ୍ତ୍ରୀ ବିଶେଶ୍ୱର ଟୁଡୁ ଦୟା, ଭାର୍ଗବୀ ଓ ଲୁଣାନଦିର ସଂଘମ ସ୍ଥଳବଡଗୋଠ ପରିଦର୍ଶନ କରିବାକୁ ଆସିବା ସମୟରେ ନୀଳାଚଳ କୃଷକ ମହାସଂଘର ରାଜଞ ସଭାପତି ତଥା ଆଇନଜୀବୀ ଗୋପିନାଥ ମିଶ୍ରଙ୍କ ସହିତ ଉପଦେଷ୍ଠା ମଣ୍ଡଳୀର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ମହାସଂଘର ସମ୍ପାଦକ ଉଗ୍ରସେନ ବିଶ୍ୱାଳ, କେଦାରଶ୍ୱର ପରିଡା, ପ୍ରକାଶ ଚନ୍ଦ୍ର ନାୟକ, ସର୍ବେଶ୍ୱର ନାୟକ, କୈଳାସ ପ୍ରଧାନ, ପ୍ରତାପ ପାଇକରାୟ, ସତ୍ୟପିର ଜେନା ଶତାଧିକ ଚାଷୀ ମାନେ ମନ୍ତ୍ରୀଙ୍କୁ ଫୁଲତୋଡା ଉପଢ଼ୌକନ ଦେଇ ସ୍ୱାଗତ କରିଥିଲେ ।  ମନ୍ତ୍ରୀଙ୍କଉ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଜଳସେଚନ ଓ ଜଳନିଷ୍କାସନର ସ୍ଥାୟୀ ସମାଧାନ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ସଂଘର ରାଜ୍ୟସଭାପତିଶ୍ରୀମିଶ୍ର ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୧୧/୨୦୨୧ --୯,୧୫ 

 Sakhigopal News, 20/11/2021


Blog Archive

Popular Posts