ଜଟଣୀ ପ୍ରେସ୍ କ୍ଲବଠାରେ ଜାତୀୟ ପ୍ରେସ୍ ଦିବସ ପାଳିତ
National Press Day is celebrated at the Jatani Press Club.
ଜଟଣୀ ---ଆଜି ହେଉ ହେଉଛି ଜାତୀୟ ପ୍ରେସ୍ ଦିବସ । ସାମ୍ବାଦିକତାର ଭୂମିକା ହେଉଛି କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖିବା, ଆବଶ୍ୟକ ସ୍ଥଳରେ ପରାମର୍ଶ ଦେବା, ସମୀକ୍ଷାକରିବା, ବିବାଦୀୟ ସମ୍ବାଦ ପ୍ରଶାରଣ ଉପରେ ବିଚାର କରିବା ଆଦି ଏହାର ମୁଖ୍ୟ କାର୍ଯ୍ୟ । ୧୯୬୬ ନଭେମ୍ବର ୧୬ ରେ କେନ୍ଦ୍ରସରକାର ପ୍ରଥମେ" ଭାରତୀୟ ପ୍ରେସ୍ କାଉନସିଲ 'ଗଠନ କରିଥିଲେ । ସେବେଠାରୁ ପ୍ରତିବର୍ଷ ଏହି ଦିନଟିକୁ ପ୍ରେସ୍ ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଜଟଣୀ ପ୍ରେସ୍ କ୍ଲବ ଠାରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ସକାଳୁ ପ୍ରେସ୍ କ୍ଲବର ସାମ୍ବାଦିକ ଭାଇମାନେ ଏକାଠି ହୋଇ ଗାନ୍ଧୀପାର୍କ ଯାଇ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ପ୍ରେସ୍ କ୍ଲବ ଠାରେ କ୍ଲବର ସଭାପତି ଏମ. ଡ଼ି. ଇସ୍ମାଇଲ ଅଲ୍ଲୀଙ୍କ ଅଧକ୍ଷତାରେ ସମ୍ପାଦକ ହୃଦାନନ୍ଦ କୋଦାମ ସିଂହଙ୍କ ପୌରାହିତରେ ଏବଂ ସାମ୍ବାଦିକ ସଂଜୀବ କୁମାରଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ପ୍ରେସ୍ କ୍ଲବର ପୂର୍ବତନ ସଭାପତି ସ୍ବର୍ଗତ ବିରଞ୍ଚି ନାରାୟଣ ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପାର୍ଥନା ଅନୁଷ୍ଠିତ ହୋଇଥିଲା । ସଭାରେ ପ୍ରେସ୍ କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ କହିଲେ ଗଣମାଧ୍ୟମ ହେଉଛି ସମ୍ବିଧାନର ଚର୍ତୁଥ ସ୍ତମ୍ଭ । ନିରପେକ୍ଷ ଭାବରେ ଖବର ସତ୍ୟତା ପରିବେଷଣ ପାଇଁ ସ୍ୱତନ୍ତ୍ରତା ମିଳିଛି । ହେଲେ ବର୍ତ୍ତମାନ ସମୟରେ ଗଣମାଧ୍ୟମକୁ ସେହି ସୁଯଗରୁ ବଞ୍ଚିତ କରାଯାଉଅଛି । କେବେ ରାଜନୈତିକ ଚାପ ଆଉ କେବେ ଅଣରାଜନୈତିକ ଲୋକଙ୍କର ବଳ ପ୍ରୟୋଗରେ ଗଣମାଧ୍ୟମ ମାନେ ନିରପେକ୍ଷ ଖବର ପରିବେଷଣ କରିବା ଦୂରର କଥା ନିଜର ସ୍ୱତନ୍ତ୍ରତା ବଜାଇ ରଖି ପାରୁନାହାନ୍ତି । ଆକ୍ରୋଶ ମୂଳକ ଭାବେ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । ଖବରଦାତାମାନଙ୍କ ଉପରେ ଅନୈତିକ ଆକ୍ରମଣ ହେଉଛି । ସଭାରେ ମୁଖ୍ୟ ଅତିଥୀରୂପେ ବରିଷ୍ଠ ନାଗରିକ, ସମାଜ ସେବୀ ତଥା ଲେଖକ ବିଶ୍ୱନାଥ ମହାନ୍ତି ଯୋଗଦେଇ ଅବିଭାଷଣରେ କହିଲେ ଗଣମାଧ୍ୟମର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ହେଉଛି ରାଷ୍ଟ୍ରର ନୈତିକ ଦାଇତ୍ୱ । ସାମ୍ବାଦିକ ଆଇନକୁ ସଠିକ ରୂପେ ପ୍ରଣୟନ କରିବା ଉଚିତ । ଏହି ଦିବସରେ ପ୍ରେସ୍ କ୍ଲବର ସଦସ୍ୟ ସାମ୍ବାଦିକ ରଙ୍ଗନାଥ ବେହେରା, ହରିହର ସ୍ୱାଇଁ, ଯଯାତି କେଶରୀ ପ୍ରଧାନ, ସୁବ୍ରତ ନାୟକ, ଭବାନୀ ଶଙ୍କର ପାତ୍ର, ପରମେଶ୍ୱର ଦ୍ବିବେଦୀ, ରଂଜିତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ରୂପେ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ ।
National Press Day is celebrated at the Jatani Press Club
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧୧/୨୦୨୧-----୯,୨୦ Sakhigopal News,16/11/2021