ଆରଏମସିରେ ବେଆଇନ ବିଦ୍ୟୁତ ବ୍ୟବହାର, ୬ଲକ୍ଷ ଫାଇନ ସହିତ ବିଦ୍ୟୁତ ଛିନ୍ନ କଲା ଟାଟାପାୱାର
Illegal use of electricity in RMC, Tata Pawar cut off electricity with Rs 4 lakh fine.
ଜଟଣୀ,----= ବିଦ୍ୟୁତ ବିତରଣକାରି ସଂସ୍ଥା ଟାଟାପାୱାର ପକ୍ଷରୁ ବେଆଇନ ବିଦ୍ୟୁତ ଉପରେ କଡା ରୋକ ଲଗାଯାଇଛି । ଫଳରେ ବେଆଇନଭାବେ ବାଇପାସ ହୋଇଥିବା ବିଦ୍ୟୁତ ସଂଯୋଗ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଜଟଣୀରେ ଦେଖିବାକୁ ମିଳିଛି । ଏହି କ୍ରମରେ ଜଟଣୀର ଆରଏମସି( ନିୟନ୍ତ୍ରିତ ବଜାର କମିଟି) କାର୍ଯ୍ୟାଳୟରୁ ଟାଟାପାୱାର ବିଦ୍ୟୁତ ବିଛିନ୍ନ କରି ୬ଲକ୍ଷ ଟଙ୍କା ଜୋରିମାନା ଦାବିକରି ନୋଟିସ ଜାରି କରିଥିବା ସୁଚନା ମିଳିଛି । ଜଟଣୀ ଆରଏମସି ଅଧିନରେ ଆରସିଏମଏସ(ଆଚଂଳିକ ବାଣିଜ୍ୟିକ ସମବାୟ ସମିତି ଲିଃ)ଭଳି ଅନେକ ସଂସ୍ଥା ସଂଯୋଗ ରହି କାର୍ଯ୍ୟକରୁଛି । ଏହି ସବୁ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ଆଉ କେତେକ କାର୍ଯ୍ୟାଳୟରେ ବାଇପାସ କରାଯାଇ ବିଦ୍ୟୁତ ବ୍ୟବହାର କରାଯାଉଥିବା ବିଦ୍ୟୁତ କାର୍ଯ୍ୟାଳକୁ ଅଭିଯୋଗ ଆସିଥିଲା । ଅଭିଯୋଗକୁ ନେଇ ଜଟଣୀର ଟାଟାପାୱାର ବିଦ୍ୟୁତ ସରବରାହ ସଂସ୍ଥା ଏବଂ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ଗତ ସପ୍ତାହରେ ଆରଏମସି କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା । ଚଢାଉିରେ ବେଆଇନଭାବେ ବିଦ୍ୟୁତ ସଂଯୋଗ କରାଯାଇ ବିଦ୍ୟୁତ ଅପଚୟ ହେଉଥିବା ଦେଖିବାକୁ ପାଇ ଆଇନୁସାରେ ଜୋରିମାନା କରିଥିଲେ ବୋଲି ବିଦ୍ୟୁତ ବିଭାଗପକ୍ଷରୁ କୁହାଯାଇଛି । ଏନେଇ ବିଦ୍ୟୁତ କାର୍ଯ୍ୟାଳୟ ପକ୍ଷରୁ ଆରଏମସିକୁ ଜୋରିମାନାପତ୍ର ପ୍ରଦାନ କରିଥିବା ବିଦ୍ୟୁତ କର୍ମଚାରୀଙ୍କୁ ଦୁର୍ବବ୍ୟବହାର କରାଯାଇଥିଲା ବୋଲି ବିଦ୍ୟୁତ କର୍ମଚାରୀ ଅଭିଯୋଗ କରିଥିଲେ । ତେଣୁ ଶନିବାର ଦିନ ଆରଏମସିରୁ ବିଦ୍ୟୁତ ବିଛିନ୍ନ କରାଯାଇଥିଲା । ଏନେଇ ଆରଏମସିର ସେକ୍ରେଟାରୀ ବିଦ୍ୟୁତ କାର୍ଯ୍ୟାଳୟ ଯାଇ ବିଦ୍ୟୁତ ବିଛିନ୍ନ ସମନ୍ଧରେ ପଚାରିଥିଲେ । ମାତ୍ର ସେକ୍ରେଟାରୀଙ୍କୁ ସେଠାରେ ଜୋରିମାନାପତ୍ର ପ୍ରଦାନ କରିଥିଲେ । ସେକ୍ରେଟାରୀ ତାହାକୁ ଗ୍ରହଣ ନକରି ଫେରିଆସିଥିଲେ । ତେବେ ଏନେଇ ବିଦ୍ୟୁତ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ତଦନ୍ତପରେ ୧୫କିଲୋୱାଟରୁ ଅଧିକ ବେଆଇନ ବିଦ୍ୟୁତ ବ୍ୟବହାର କରିଛନ୍ତି । ତେଣୁ ଏନେଇ ବିଦ୍ୟୁତ ବିଭାଗର ଫ୍ଲାଇଂସ୍କ୍ୱାର୍ଡ ବିଦ୍ୟୁତ ବିଛିନ୍ନ କରିବା ସହିତ ୬ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି । ଅନ୍ୟପଟେ ସରକାରୀ କାର୍ଯ୍ୟାଳୟ ହୋଇଥିବା ବେଳେ ଏଭଳି ବେଆଇନଭାବେ କାହିଁକି ଓ କିପରି ବିଦ୍ୟୁତ ବାଇପାସ କରାଗଲା ସେନେଇ ବିଭିନ୍ନ ପ୍ରଶ୍ନ ଉଙ୍କିମାରୁଛି । ଚାଷୀ, ବ୍ୟବସାୟୀ ଓ ଜନସାଧାରଣ ପ୍ରଭୃତି ବିଭିନ୍ନ କାର୍ଯ୍ୟରେ ଆସୁଥିବା ବେଳେ ଦିର୍ଘ ୫ଦିନଠାରୁ ଅନ୍ଧାରରେ ରହିଛି ଜଟଣୀର ଆରଏମସି କାର୍ଯ୍ୟାଳୟ । ଫଳରେ ସରକାରୀ କାର୍ଯ୍ୟ ଓ ଲୋକମାନଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଛି ଆରଏମସି କାର୍ଯ୍ୟାଳୟ । ତେବେ ଏନେଇ ଆରଏମସି ସେକ୍ରେଟାରୀ ନିରଜଂନ ସାମଲ କୁହନ୍ତି, ଯଦି ଆରଏମସିରେ ବିଦ୍ୟୁତ ଜନିତ କୈାଣସି ସମସ୍ୟା ହୋଇଥିଲା । ତେବେ ଉକ୍ତ ବିଦ୍ୟୁତ ସଂସ୍ଥା ମୋ ସହିତ ଯୋଗାଯୋଗ କରିବା କଥା । କର୍ମଚାରୀମାନଙ୍କ ସହିତ ଯୋଗାଯୋଗ କରିବା ଏବଂ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା ଏହା ଆଦୈା ଉଚିତ କାର୍ଯ୍ୟନୁହେଁ । ଆବଶ୍ୟକସ୍ଥଳେ ଆଇନର ଆଶ୍ରୟ ନେବୁ । ତେଣୁ ଏନେଇ ମୁଁ ଆରଏମସିର ଅଧ୍ୟକ୍ଷ ତଥା ଉପଜିଲାପାଳଙ୍କୁ ଅବଗତ କରାଇଛି । ସେହିପରି ଟାଟାପାୱାର ବିଦ୍ୟୁତ ବିଭାଗ ଏସଡିଓ ଦିପକ କୁମାର ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ଆରଏମସି କାର୍ଯ୍ୟାଳୟକୁ ବିଦ୍ୟୁତ ବାଇପାସ କରିଥିବାରୁ ବିଦ୍ୟୁତ ବିଛିନ୍ନ କରାଯିବା ସହିତ ଆଇନନୁସାରେ ଫାଇନ କରାଯାଇଛି । ଜଟଣୀରୁ ରଙ୍ଗନାଥ ବେହେରା,୨୩/୧୧/୨୦୨୧----୯,୨୦