ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
Voluntary blood donation camps are held
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ କୁବେଡେଗା ପଞ୍ଚାୟତ ଅଫିସ ପରିସରରେ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ମଙ୍ଗଳୁ ପ୍ରଧାନ ରେମଣ୍ଡା ର ୫୧ ତମ ତିରୋଧାନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭେଡେନ ର "ଅମୃତ କୁଟୁମ୍" ଓ କୁବେଡେଗା ପଞ୍ଚାୟତ ନୂଆଁପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ସଂବିଧାନ ପ୍ରଣେତା ଡାଃ ଭିମରାଓ ଓ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ମଙ୍ଗଳୁ ପ୍ରଧାନ ଫୋଟୋ ଓ ଚିତ୍ର ଉପରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଲରମ୍ଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ କୁବେଡେଗା ପଞ୍ଚାୟତ ର ସରପଞ୍ଚ ବିଷ୍ଣୁ ପ୍ରିୟା ଭୋଇ, ପ୍ରଫେସର ମନୋରଞ୍ଜନ ତ୍ରିପାଠୀ, ପ୍ରଫେସର ଶିଶିର ସାହୁ, ପ୍ରଫେସର କୁମାର ନାୟକ, ସମାଜସେବୀ ଉର୍କୁଲୁ ତାଣ୍ଡି ଯୋଗ ଦେଇଥିଲେ। ଏହି ସ୍ଵେଚ୍ଛାକୃତ ଶିବିର ରେ ଡକ୍ଟର ବିଭୂତି ଭୂଷଣ ଶତପଥୀ ଓ ଧର୍ମପତ୍ନୀ ଶ୍ରୀମତୀ ସୁରେଶ୍ଵରୀ ଶତପଥୀ ସପତ୍ନିକ ରକ୍ତଦାନ କରିଥିଲେ। ଏହି ଶିବିର ରେ ୨୫ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ରକ୍ତ ଭଣ୍ଡାର ଡାକ୍ତର ସୌମ୍ୟାଶ୍ରୀ ପ୍ରଧାନ ଓ ଟେକନିସିଏନ ଲାଲୁ ବିଶ୍ବାସ, କରୁଣା କର ସାହୁ, ପ୍ରହଲ୍ଲାଦ ଭୋଇ, ପାଏନୁ ଭୋଇ ।ଏଥିରେ ଭେଡେନ ଅମୃତ କୁଟୁମ ର ସଭାପତି ଆନନ୍ଦ ସୁନା ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ପରିଶେଷରେ ଉତ୍ପନ୍ନ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୧୧/୨୦୨୧। ----୮,୫୫ Sakhigopal News, 26/11/2021