Breaking News

ପୂର୍ବତନ ବାଚସ୍ପତି ରବି ରାୟ ଙ୍କ 95 ତମ ଜୟନ୍ତୀ ; ରବିରାୟ ଥିଲେ ସାମ୍ୟବାଦୀ ସେବକ

95th birth anniversary of former Speaker Ravi Roy; Rabirai was a communist servant.


ନରଦା ----ଲୋକସଭାରପୂର୍ବତନ ବାଚସ୍ପତି ରବି ରାୟଙ୍କର 95 ତମଜୟନ୍ତୀ ସମାରୋହ ତାଙ୍କ ଜନ୍ମସ୍ଥାନ ଭଅଂରା ଗଡଠାରେ ଅଭିମନ୍ୟୁ ନାୟକଙ୍କ ପୌରୋହିତ୍ୟରେ ଶୁକ୍ରବାର ପାଳିତ ହୋଇଯାଇଛି।ରବି ରାୟ ସ୍ମୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଡ଼ଃ ଅବଦୁଲ ଓସିଦ ଖାଁ କହିଥିଲେ ରବି ରାୟ ଜଣେ ସାମ୍ୟବାଦୀ ସେବକ ଥିଲେ। ତାଙ୍କ ରାଜନୈତିକ ଜୀବନରେ ସେ ସାଲିସ ବିହୀନ ନେତାଥିଲେ।ମାଲକାନଗିରିର ବରିଷ୍ଠ ସାମ୍ବାଦିକ ଦୁର୍ଯ୍ୟୋଧନ ପାତ୍ର ଯୋଗ ଦେଇ କହିଥିଲେ ତାଙ୍କପରି ସାଧାରଣ ଜୀବନଯାପନ କରିଥିବା ରାଜନେତାଙ୍କଆଦର୍ଶରେ ଅନୁପ୍ରାଣିତ ହେଲେ ଦେଶର ଅନେକ ଉପକାର କରିହେବ। ସମ୍ମାନୀତଅତିଥିଭାବେ ଯୋଗଦାନ କରି କବି ବିପିନ ମହାନ୍ତି କହିଲେ ରାବି ରାୟ ଗାଁ ଓ ଓଡ଼ିଆ ଭାଷାର ପୂଜାରୀ ଥିଲେ।ଅନ୍ୟତମ ଅତିଥିଭାବେ ବାଲିପାଟଣା ପ୍ରେସ କ୍ଲବସଭାପତି ଦିଲୀପ କୁମାର ଓଝା,ସମାଜସେବୀ ରମେଶ ଚନ୍ଦ୍ର ସାହୁ ଓ ମନୋରଞ୍ଜନ ରାୟ ଯୋଗଦାନ କରିଥିଲେ।ଜାତୀୟ ସ୍ତରରେ ସରକାରୀଭାବେ ତାଙ୍କ ଜୟନ୍ତୀପାଳନ କରାଯିବାକୁ ସରକାରଙ୍କୁ ଲିଖିତପତ୍ର ଦିଆଯିବାକୁ ସମସ୍ତଙ୍କ ମତାମତ ନିଆଯାଇ ଆଗାମୀ ଦିନରେ ପଦକ୍ଷେପ ନେବାକୁ ନିଷ୍ପତି ହୋଇଥିଲା ।  ରବି ରାୟ ସ୍ମୃତି ସଂସଦ ସମ୍ପାଦକ ଭଗବାନ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ।
କୋଷାଧ୍ୟକ୍ଷ ସୁରେଶ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ତାଙ୍କ ସ୍ମଶାନ ଭୁଇଁରେ ବୃକ୍ଷରୋପଣ କରାଯାଇଥିଲା। ତାଙ୍କର ଏକ ପ୍ରତିମୂର୍ତ୍ତି ବନମାଳିପୁରସ୍ଥିତଗୋପବନ୍ଧୁ ପାଠାଗାର ଠାରେ ସ୍ଥାପନ ପାଇଁ ବୈଠକରେ ସ୍ଥିର ହୋଇଥିଲା।

ନରଦାରୁ  ରଘୁନାଥ ଭୋଳଙ୍କ ରିପୋର୍ଟ,୨୭/୧୧/୨୦୨୧----୧୨,୩୦  Sakhigopal News,27/11/2021 


 j

Blog Archive

Popular Posts