ରୁଡାପଦର ଗ୍ରାମ ଠାରେ ତାରସିଂ ଥାନା ତରଫରୁ ଆମ ପୋଲିସ ସମିତି ବୈଠକ
Our police committee meeting on behalf of Tarsingh police station at Rudapadar village
ଭଞ୍ଜନଗର-- ତାରସିଂ ଥାନା ଆମ ପୋଲିସ ସମିତି ତରଫରୁ ରୁଡାପଦର ପଞ୍ଚାୟତରେ ଥିବା ଆଶ୍ରମ ବିଦ୍ୟାଳୟ ପରିସରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମ ରେ ,ଏଏସଆଇ ବସନ୍ତ କୁମାର ମିଶ୍ର,ଉଦୟ ନାଥ ସାହୁ,ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସମିତି ସଭ୍ୟ ଅଶୋକ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଦିବାସୀ ଅଧୁଷିତ ତଥା ଉପାନ୍ତ ଅଞ୍ଚଳରେ ଗୁଣିଗାରେଡି ଭଳି ଦୁର୍ବଳ ମାନସିକତା , ଅନେକ ସମୟରେ ସାମାଜିକ ସମସ୍ୟା ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବାରୁ ଏଭଳି ବିଶ୍ବାସ ଠାରୁ ଦୂରେଇ ରହିବା ପାଇଁ ଉପସ୍ଥିତ ଥିବା ବୁଦ୍ଧିଜୀବୀ ଓ ଜନସାଧାରଣ କୁ ସଚେତନତା କରାଯାଇଥିଲା । ଏହାସହ ଗାଡି ଚଳାଇବା ସମୟରେ ହେଲମେଣ୍ଟ ବ୍ୟବହାର ,ପିଲିଥିନ ବ୍ୟବହାର ନକରିବା,ମଦ ଠାରୁ ଦୂରେଇ ରହିବା ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ତାରସିଂ ଥାନା ଅଧିନରେ ଥିବା ବିଭିନ୍ନ ପଞ୍ଚାୟତରେ ଆମ ପୁଲିସ ସମିତି ତରଫରୁ ବୈଠକ କରାଯାଇ ଗୁଣିଗାରେଡ଼ି ,ମଦ ଉପରେ ଜନସାଧାରଣଙ୍କ ସଚେତନତା କରାଇବା ସହ ଅସାମାଜିକ ବ୍ୟକ୍ତିଙ୍କ ଦୈରାମ୍ୟ କୁ କିପରି ରୋକାଯାଇପାରିବ ତାହାରି ଉପରେ ଜନସାଧାରଣଙ୍କୁ ସଚେତନତା କରାଯିବ ବୋଲି ତାରସିଂ ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୧/୨୦୨୧----୮,୪୦ Sakhigopal News, 19/11/2021