ବାପଘରେ ବିବାହିତା ମହିଳାଙ୍କ ଆତ୍ମହତ୍ୟା , କାରଣ ଜଣାପଡ଼ିନାହିଁ
It is unknown at this time what he will do after leaving the post
ଭଞ୍ଜନଗର- ବାପଘରେ ବେକରେ ରସିଲଗାଇ ବିବାହିତ ମହିଳାଙ୍କ ଆତ୍ମହତ୍ୟା କରିଛନ୍ତି ।କାରଣ ସଠିକ ଜଣାପଡିନାହିଁ । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ଗ୍ରାମରେ । ପାଣୁ ବେହେରାଙ୍କ ଝିଅ ସୁନିତା ବେହେରା(୩୦) ଗତ ପ୍ରାୟ ଦେଢବର୍ଷ ପୂର୍ବରୁ , ନିକଟସ୍ଥ ବଡକୋଦଣ୍ଡା ଗ୍ରାମର ଶୁଶାନ୍ତ ବେହେରା ଙ୍କୁ ବିବାହ କରିଥିଲେ । ତେବେ ଗତ କିଛି ଦିନ ହେଲା , ବାପଘର ମୁଜାଗଡକୁ ଆସିଥିଲେ । କୈ।ଣସି କାରଣ ବଶତଃ ,ସେ ରବିବାର ଦିନ ନିଜ ବାପଘରେ ରଶି ଲଗାଇ ଝୁଲୁଥିବା ସମୟରେ ପରିବାର ଲୋକେ ସୁନିତାକୁ ଗୁରୁତର ଅବସ୍ଥାରେ ଉଧାରକରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୁତ୍ୟ ଘୋଷଣା କରିଥିଲେ । ଭଞ୍ଜନଗର ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ସୁନିତାର ଶବକୁଜବତ କରିବା ସହ , ଘଟଣାର ତଦନ୍ତକରି ବ୍ୟବଛେଦ ପାଇଁ ପଠାଇଛନ୍ତି । ପରିବାରଲେକେ କହିବାଅନୁଯାଇ ସୁନିତା ବହୁ ଦିନ ହେଲା ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଏଭଳି ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।ଏହାକୁ ନେଇ ଭଞ୍ଜନଗର ଥାନାରେ ଏକ ଅପମୃତ୍ୟୁ ମାମଲା ହେଇଥିବା ଜଣାପଡିଛି ।

ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୧/୨୦୨୧ ----- ୯,୧୦ Sakhigopal News, 21/11/2021