Breaking News

ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ..ଭଂଜନଗର ପାଇଁ ଗୈାରବ ଆଣିଲେ ବବିତାରାଣୀ

Success in Indian Civil Service Examination..Babitarani brings glory to Bhanjanagar
ଭଞ୍ଜନଗର -  ୨୦୧୭ ମସିହାରେ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାର ୪୦୧ ନମ୍ବର ସ୍ଥାନରେ ରହି ସଫଳତା ପାଇଥିଲେ । ପୁଣି ୨୦୨୦ ସିଭିଲ ସର୍ଭିସ ପରୀକ୍ଷାର ୪୬୪ ସ୍ଥାନରେ ରହି ସଫଳତା ପାଇ ଭାରତୀୟ ପୋଲିସ ସେବା ପାଇଁ ମନୋନୀତ ହୋଇଛନ୍ତି  ଭଞ୍ଜନଗର ର ଝିଅ ବବିତା ରାଣୀ ସ୍ବାଇଁ । କିଛି ମାସ ପୂର୍ବରୁ ଫଳାଫଳ ପ୍ରକାଶ ପାଇଥିଲା । ଏବେ ୪୬୪   ସ୍ଥାନରେ ରହି ଥିବା ବିଷୟରେ ସ୍ପଷ୍ଟ ହେବାପରେ  ବବିତା ରାଣୀ ଓ ତାଙ୍କ ପରିବାର ଲୋକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଭଞ୍ଜନଗର ବାସିନ୍ଦା ତଥା ବନବିଭାଗ ରେ ବନପାଳ ଭାବେ କାର୍ଯ୍ୟରତ କୃଷ୍ଣଚନ୍ଦ୍ର ସ୍ବାଇଁ ଙ୍କ ଏକମାତ୍ର ଝିଅ ବବିତା ରାଣୀ ସ୍ବାଇଁ ।  ପିଲାଟି ବେଳରୁ ପାଠପଢ଼ା ପ୍ରତି ବେଶ୍ ସଜାଗ ଥିବା ବବିତା  ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଅଧ୍ୟୟନ କରିବା ପରେ ଉଚ୍ଚଶିକ୍ଷା ପ୍ରତି ଗୁରୁତ୍ବ ଦେଇଥିଲେ । ସମସ୍ତ ଶିକ୍ଷକ ତଥା  ବାପା କୃଷ୍ଣଚନ୍ଦ୍ର ଓ ମା ବିଜୟଲକ୍ଷ୍ମୀ ଙ୍କ ପ୍ରେରଣା ତାଙ୍କ ପାଇଁ ସବୁବେଳେ ପ୍ରେରଣା ଦେଇ ଆସିଛି । ଏହାସହ ଇଶ୍ଵରଙ୍କ କୃପା , ତାଙ୍କ ସଫଳତାର ଆଉ ଏକ ମାଧ୍ୟମ ବୋଲି କହିଛନ୍ତି ବବିତା । ୨୦୧୮ ମସିହାରେ ସିଭିଲ ସର୍ଭିସ ପରୀକ୍ଷାର ଫଳ ପ୍ରକାଶ ପାଇବା ପରେ ସେ, ଭାରତୀୟ ରେଳ ପ୍ରଶାସନିକ ସେବା ବିଭାଗରେ ନିଯୁକ୍ତି ପାଇ ଆଜମିରରେ କାର୍ଯ୍ୟରତ ଥିଲେ । ତାସତ୍ବେ ଆହୁରି ଅଧିକ ସଫଳତା ପାଇବା ଲକ୍ଷରେ ପୁଣି ୨୦୨୦ ସିଭିଲ ସର୍ଭିସ ପରୀକ୍ଷାର ଦେଇ ୪୬୪ ରେଙ୍କ୍ ରେ ସଫଳତା ପାଇଛନ୍ତି । ଏବେ ଭାରତୀୟ ପୋଲିସ ସେବା ପାଇଁ ମନୋନୀତ ହୋଇଛନ୍ତି ବବିତା । ବିଶେଷ କରି ଆଇନ ଶୃଙ୍ଖଳା ବ୍ୟବସ୍ଥା ଭିତରେ  ସମାଜର ସାଧାରଣ ଲୋକ , ମହିଳା , ଶିଶୁ ଙ୍କୁ ଉପଯୁକ୍ତ ଆଇନ ସେବା ଏବଂ ସକରାତ୍ମକ ପରିସ୍ଥିତି ପ୍ରତି ସବୁ ବେଳେ ଧ୍ୟାନ ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବବିତା ରାଣୀ । ତାଙ୍କ ର ଏହି ସଫଳତା ପଛରେ ତାଙ୍କ ସ୍ବାମୀଙ୍କ ର ମଧ୍ୟ ବହୁତ ସହଯୋଗ ରହିଥିବା ସେ କହିଛନ୍ତି । ବବିତାଙ୍କ ଏହି ସଫଳତା କୁ ନେଇ ଭଞ୍ଜନଗର ଅଞ୍ଚଳରେ  ବିଭିନ୍ନ ବୁଦ୍ଧିଜୀବୀ ମାନେ ଅଭିନନ୍ଦନ ଜଣାଇଛନ୍ତି । ଅବସରପ୍ରାପ୍ତ ବନବିଭାଗ କର୍ମଚାରୀ ତଥା ସମାଜସେବୀ ଶୂଳପାଣି ଶତପଥୀ , ବବିତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଭଳି ସଫଳତା ଭଞ୍ଜନଗର ପାଇଁ ଗୈାରବ ଆଣିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୧୧/୨୦୨୧---- ୮,୦୦  Sakhigopal News, 24/11/2021

Blog Archive

Popular Posts