ଗାଧୋଇବାକୁ ଯାଇ ଯୁବତୀର ମୃତ୍ୟୁ
She died while bathing
ଭଞ୍ଜନଗର, - ଗାଧୋଇବାକୁ ଯାଇ ପାଣିରେ ବୁଡି ପ୍ରାଣ ହରାଇଲେ ଯୁବତୀ । ଭଂଜନଗର ଥାନା ଅନ୍ତର୍ଗତ ମୁଜାଗଡ ପଞ୍ଚାୟତରେ ଥିବା କୁଟୁଣୀକୁମ୍ପା ଗାଁର ପୂର୍ଣ୍ଣ ନାୟକଙ୍କ ବଡ ଝିଅ ପିଙ୍କି ନାୟକ ଗାଧେଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ଘଟିଛି । ସୁଚନା ଯୋଗ୍ୟ ଯେ ରବିବାର ସଂଧ୍ୟା ସମୟରେ ବିଲରେ କାମ କରୁଥିବା ମା' ଙ୍କ ପାଇଁ ଚା ଧରି ଯାଇଥିଲେ । ଘରକୁ ଫେରିବା ରାସ୍ତାରେ ନିକଟସ୍ଥ ଗୁଣ୍ଡିଚି ଘାଇକୁ ଗାଧେଇବାକୁ ଯାଇଥିଲେ ପିଙ୍କି । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ , ଗ୍ରାମବାସୀ ଓ ପରିବାର ଲୋକେ ଖୋଜାଖୋଜି କରିଥିଲେ । ସନ୍ଦେହ ହେବାରୁ ଉକ୍ତ ଜଳାଶୟ ରେ ମଧ୍ୟ ଖୋଜିଥିଲେ । ପିଙ୍କିଙ୍କୁ ଗୁରୁତର ଅବସ୍ଥାରେ ପାଣି ଭିତରୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା କରୁଥିବା ଡାକ୍ତର ପିଙ୍କିକୁ ମୃତ୍ୟୁ ଘୋଷଣା କରିଥିଲେ । ଭଞ୍ଜନଗର ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ କରାଇଥିଲେ । ଏହି ଘଟଣାକୁ ନେଇ ଭଞ୍ଜନଗର ଥାନା କେସନଂ ୪୩/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ କହିଛନ୍ତି । ତେବେ ଗାଧୋଇବା ସମୟରେ ଅସାବଧାନତା ବଶତଃ ଗୋଡ ଖସିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୧୧/୨୦୨୧---୮,୦୦
Sakhigopal News,29/11/2021