ୟୁ ବି ହାଇ ସ୍କୁଲରେ ଏନ୍ସିସି ଡେ’ ପାଳିତ
ଭଞ୍ଜନଗର : ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ
ବିଦ୍ୟାଳୟରେ ଏନ୍ସିସି ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏନ୍ସିସି ଅଫିସରଙ୍କ ଅଭିବାଦନଗ୍ରହଣ କରିବା ପରେ ଏନ୍ସିସି ପତାକା ଉତ୍ତୋଳନ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ଏନ୍ସିସି ସଙ୍ଗୀତ ସମୂହଗାନ କରାଯାଇଥିଲା । ଏହାପରେ ଏନ୍ସିସି ଆର୍ମି ଅଫିସର ଶ୍ୟାମା ପ୍ରସାଦ ମିଶ୍ର, ନାଭାଲ୍ ଅଫିସର୍ କେଦାର ନାଥ ସେଠୀ,ଏୟାର୍ ଅଫିସର ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସ୍କାଉଟ୍ ମାଷ୍ଟରଶଙ୍କର ପ୍ରସାଦ ପଟ୍ଟନାୟକ ସ୍ଥଛ ଭାରତ କାର୍ଯ୍ୟକ୍ରମକରିଥିଲେ । ଏହି ଅବସରରେ ୨ ଓଡ଼ିଶା ବାଟାଲିୟନ୍ ଏନ୍ସିସି ଆର୍ମି ଅଫିସର ଶ୍ୟାମାପ୍ରସାଦ ମିଶ୍ର ଏକ ଔଷଧୀୟ ଚାରା ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିିକ୍ଷୟିତ୍ରୀ ଏବଂ କର୍ମଚାରୀ କୋଭିଡ଼-୧୯ ନିୟମାବଳୀ ପାଳନପୂର୍ବକ ସକ୍ରିୟ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୮/୧୧/୨୦୨୧----୨,୫୦
Sakhigopal News,28/11/2021