ମହିଳା ଓ ଚାଷୀ ମାନଙ୍କୁ ଆତ୍ମ ମାଧ୍ୟମରେ ସରାକରୀ ସହାୟତା ପ୍ରଦାନ ମେଳା
Self-help fair for women and farmers
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ସରକାରୀ କୃଷି ଫାର୍ମ ପରିସରରେ ଆତ୍ମ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଚାଷୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଆନୁଷ୍ଠାନିକ ଭାବେ ସମାରୋହକୁ ଉଦଘାଟନ କରିଥିଲେ । କୃଷି ବିଭାଗର ଏକ ସଚେତନତା ରଥ କୃଷି ଫାର୍ମ ପରିସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସମାନ୍ତରାୟ ସବୁଜ ପତକା ହଲାଇ ଉଦଘାଟନ କରିଥିଲେ । ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ସମାନ୍ତରାୟ ଯୋଗଦେଇ କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାନ ମୁଖ୍ୟମନ୍ତ୍ରୀ କରିଛନ୍ତି । ବିଶେଷ କରି ମହିଳା ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ସବୁବେଳେ ଚେଷ୍ଟିତ ରହିଛନ୍ତି । ସେହିପରି ବ୍ଳକ ଅଧ୍ୟକ୍ଷା ଶ୍ରୀମତି ପ୍ରଧାନ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଏକ ହରିଜନ ମହିଳା ଗୋଷ୍ଠୀ କିପରି ଅଭାବ ଅସୁବିଧାରେ ସେମାନେ କାମ କରୁଛନ୍ତି ତାହା ପ୍ରକାଶ କରିଥିଲେ । ସେମାନେ କାମ କରି ନିଜ ଗୋଡରେ ଠିଆ ହେବା ପାଇଁ ଇଛା ଥିଲେ ମଧ୍ୟ ସେମାନଙ୍କ ପାଖରେ ଆର୍ଥିକ ସହାୟତା ନାହିଁ ବୋଲି ଶ୍ରିମତି ପ୍ରଧାନ କହିଥିଲେ । ଉକ୍ତ ମହିଳା ଗୋଷ୍ଠୀଙ୍କୁ ତୁରନ୍ତ ବିଧାୟକ ସହଯୋଗର ହାତ ବଡାଇବା ପାଇଁ ବ୍ଳକ ଅଧ୍ୟକ୍ଷା ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ସସ୍ମିତା କୁମାର ପ୍ରଧାନ,ଜିଲ୍ଲା କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ଜିଲ୍ଲା ପରିଷଦସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ବ୍ଳକ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ, ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ଦେବ ଦାସ ଦତ୍ତ, ସହକାରୀ କୃଷି ଅଧିକାରୀ ଶାନ୍ତା ସୁଚରିତା ଦାଶ, ହୃଦାନନ୍ଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ କିଛି ଗୋଷ୍ଠୀଙ୍କୁ ସରକାରୀ ସହାୟତା ପ୍ରଦାନ ଓ ନଡିଆ ଚାଷୀଙ୍କୁ ନଡିଆ ଗଛ ଚାରା ବଣ୍ଟନ ସହିତ ବତକ ଚାଷ ପାଇଁ ସହାୟତା ପ୍ରଦାନ କରାଯାଇଥିଲା । ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସତ୍ୟବାଦୀ ପଶୁ ଡାକ୍ତର ଜ୍ଞାନ ରଞ୍ଜନ ମିଶ୍ର ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧୧/୨୦୨୧---୯,୫୦
Sakhigopal News,17/11/2021