ଗାଡିରେ ପେଟ୍ରୋଲ ପକାଉଥିବା ବେଳେ ଅଘଟଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ମା ର ମୃତ୍ୟୁ
ଭଞ୍ଜନଗର--ଗତ ୧୭ ତାରିଖ ଦିନ ଗାଡିରେ ବାପା ପେଟ୍ରୋଲ ପକାଉ ଥିବା ବେଳେ ପେଟ୍ରୋଲ ଜାର ଟି ହାତରୁ ଖସି ନିକଟରେ ଥିବା ଦିପାଳିରେ ପଡି ନିଆଁଟି ଜଳିବାରୁ ବାପାକୁ ବଞ୍ଚେଇବାକୁ ଯାଇ ଝିଅ ଓ ମା ମଧ୍ୟ ପୋଡିହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ଆଜି କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମାର ମୃତ୍ୟୁ ଘଟିଥିବା ବେଳେ ଝିଅର ସ୍ବାସ୍ଥ୍ୟବସ୍ଥା ସଂଙ୍କଟାପୂନ ରହିଛି । ବାପାର ସ୍ବାସ୍ଥ୍ୟବସ୍ଥା ବିପଦମୁକ୍ତ ରହିଥିବା କଥା ତାରସିଂ ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ ସୁଚନା ଦେଇଛନ୍ତି । ଖବର ନେବାରେ ଅସାବଧାନତା କାରଣରୁ ନିଆଁରେ ପୋଡ଼ିହୋଇ , ଗୋଟିଏ ପରିବାରର ୩ ଆହତ ହେଇଥିଲେ। ଗଂଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ସମ୍ବରବନ୍ଧ ଗାଁ ରେ ଗୁରୁବାର ସଂଧ୍ୟାରେ ଘଟଥିଲା ଏଭଳି ଅଘଟଣ । ଆହତ ମାନେ ହେଲେ , ପ୍ରଫୁଲ୍ଲ ନାୟକ , ତାଙ୍କ ସ୍ତ୍ରୀ ମାମି ନାୟକ ଓ ଝିଅ ଦୀପା ନାୟକ । ଘରେଥିବା ମୋଟର ସାଇକେଲ ରେ ପ୍ରଫୁଲ୍ଲ , ପେଟ୍ରୋଲ ପକାଉଥିଲା ବେଳେ ଏହି ଅଘଟଣ ଘଟିଥିଲା । ବାପା ଓ ଝିଅ ଦେହରେ ନିଆଁ ଲାଗି ଯାଉଥିବା ବେଳେ , ମା ସେମାନଙ୍କୁ ଉଧାର କରିବାକୁ ଯାଇ ସେ ମଧ୍ୟ ଆହତ ହୋଇଥିଲେ । ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ଉଧାର କରି ଭଂଜନଗର ମେଡିକାଲ ରେ , ଭର୍ତି କରାଯାଇଥିଲା । ଏଠାରେ ତିନି ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ପରେକଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । କଟକ ମେଡିକାଲରେ ୧୫ଦିନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଆଜି ମା ମାମି ନାୟକଙ୍କ ମୃତ୍ୟୁ ଘଟିଯାଇଛି।ମୃତ୍ୟୁ ମାମିର ଶବ ଗ୍ରାମରେ ପହଞ୍ଜିବା ପରେ ଉକ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୧/୨୦୨୧---- ୧୦,୧୦ Sakhigopal News,25/11/2021