ସ୍ତ୍ରୀକୁ ମାଡ ମାରି ଦୁଇ ଜଣ ସ୍ୱାମୀ ଗିରଫ
Two husbands were beaten and their wives arrested.
ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ପରଜାପଡା ଓବଗୁଳାପାରି ଗ୍ରାମରେ ଦୁଇଜଣ ଯୁବକ ନିଜ ନିଜ ସ୍ତ୍ରୀକୁ ମାଡ ମାରି ଗିରଫ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ବଗୁଲାପାରି ଗ୍ରାମର ରିଙ୍କି ସୁକାରୀଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନା କେସନଂ ୪୪୬/୨୧ରେ ଏକ କେସରୁଜ କରି ମୁନା ସୁକାରୀଙ୍କୁ ଗିରଫ କରାଯାଇଛି । ସେହିପରି ପରଜାପଡା ଡିହସାହିର ରମାମଣି ବେହେରାଙ୍କ ଅଭିଯୋଗ କ୍ରମେ ଥାନା କେସନଂ- ୪୪୭/୨୧ରେ ସ୍ୱାମୀ ଧଡୁବନ୍ଦୁ ଭୋଇଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରିଥିବା ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ଥାନା ଏଏସଆଇ ବୈଷ୍ଠବ ମହାରଣା କେସ ତଦନ୍ତ କରୁଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୧/୨୦୨୧----୬,୦୦
Sakhigopal News, 23/11/2021