Breaking News

ଖଣିରେ ଭାସୁଛି ଯୁବକଙ୍କ ମୃତ ଦେହ

The young man's body was floating in the mine
ଜଟଣୀ ---  ଜଟଣୀ ଆଇ.ଓ.ସି.ଏଲ ରାସ୍ତା ନିକଟସ୍ଥ ପଥର ଖଣିରେ ଜଣେ ଯୁବକର ଶବ ଭାସୁଥିବା ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ  । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଦେହ ଉଦ୍ଦାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଖବର ପାଇ ଜଟଣୀ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ମୃତ ଯୁବକ ଜଣକ ହେଉଛନ୍ତି ଜଟଣୀ ରାମଚନ୍ଦ୍ରପୁର ବଜ଼ାର ଅଞ୍ଚଳର ରମେଶ କୁମାର ଅଗ୍ରୱାଲଙ୍କ  କେଶବ ଅଗ୍ରୱାଲ (୩୦)| ଚଳିତ ମାସ ୨୨ତାରିଖରୁ ସେ ନିଖୋଜ ଥିଲେ । ତେବେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଅପରପଟେ ପୋଲିସର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଅନୁମାନ କରାଯାଉଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୧୧/୨୦୨୧---- ୮,୨୦ 
Sakhigopal News,24/11/2021

Blog Archive

Popular Posts