ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ
An elderly man was killed in an unidentified vehicle crash
ଭଞ୍ଜନଗର--- ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି । ଗଂଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ଗରଡପଥର ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ହେଲେ ସେହି ଗାଁ ର ସୋଲା ବେହେରା (୬୪) । ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ , ସୋଲା ବେହେରା ଭୋର ସମୟରେ ଫୁଲ ତୋଳିବାକୁ ରାସ୍ତା ରେ ଚାଲିଚାଲି ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କାଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି , ଭଂଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ତାରାସିଂ ଥାନା ପୋଲିସ ଭଂଜନଗର ମେଡିକାଲ ରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଘଟଣା ର ତଦନ୍ତ କରି ବ୍ୟବଛେଦ କରିଥିଲେ । ଏ ନେଇ ତାରସିଂ ଥାନାରେ ଏକ ଦୁଘଟଣା ମାମଲା ରୁଜୁ ହେଇଥିବା ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ କହିଛନ୍ତି । ଦୁଘର୍ଟଣା ଘଟାଇଥିବା ଗାଡିକୁ ଅତିଶୀଘ୍ର ଧରାଯିବା ପାଇଁ ତଦନ୍ତ ଜାରି ରହିଥିବା ତାରସିଂ ଥାନାଧିକାରୀ ଶ୍ରୀ ଦାଶ ସୁଚନା ଦେଇଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୧୧/୨୦୨୧ -----୭,୩୫ Sakhigopal News,24/11/2021