ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ ; ଗହିର ବିଲରେ ପାଚିଲା ଧାନ ଠିଆ ହୋଇଛି
Farmers worried about storms; Ripe rice stands on the deep bill.
ସାକ୍ଷୀଗୋପାଳ------ ବିଭିନ୍ନ ଗ୍ରାମ ଗହିର ମାନଙ୍କରେ ଶହ ଶହ ହେକ୍ଟର ଜମିରେ ପାଚିଲା ଧାନ ଏବେ ଠିଆ ହୋଇଛି । ଆଉ ୧୫ ଦିନ ମଧ୍ୟରେ ଚାଷୀ ତାର ବର୍ଷକ ଯାକ ଆୟ ଘରକୁ ଆଣିଥାନ୍ତା । ଏବେ ବାତ୍ୟା ‘ଜୱାଦ’ ମାଡି ଆସୁଛି । ଏହି ଚିନ୍ତାରେ ପଡିଛି ଚାଷୀ । କ’ଣ କରିବ ଧାନ କାଟିକି ଆଣିଲେ କେଉଁଠି ରଖିବ । ବିଭିନ୍ନ ଖବର କାଗଜ ଠାରୁ ଟିଭି ଓ ରେଡିଓରେ ରାଜ୍ୟ ସରକାର ଓ ପାଣିପାଗ ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ସଚେତନତା କରାଯାଉଛି ତୁରନ୍ତ ପାଚିଲା ଧାନ କାଟି ଆଣି ଅମଳ କରି ନିଅ । ନଚେତ ପାଲ ଓ ପଲିଥିନି ଗୋଡାଇ ରଖିବାକୁ ପ୍ରଚାର କରାଯାଉଛି । । ଚାଷୀ କୂଳ ଏବେ ଚିନ୍ତାରେ । ଏ ବର୍ଷ ଧାନ ଫସଲ ବହୁତ ଭଲ ହୋଇଛି । ପାଣିପାଗ କହିବା ଅନୁସାରେ ଯଦି ବାତ୍ୟା ହେବ ତାହଲେ ଚାଷୀ କୂଳ ହତାସ ହେବେ ବୋଲି ନୀଳାଚଳ କୃଷକ ମହାସଂଘର ରାଜ୍ୟ ସଭାପତି ଗୋପିନାଥ ମିଶ୍ର କହିଛନ୍ତି । ସବୁ ବେଳେ ଚାଷୀ କ୍ଷତି ସହି ଆସିଛି । ଧାନ ରୋଇବା ପରେ ପରେ ଲଘୁଚାପ ଜନିତ ବର୍ଷାରେ ଯାହା ଯାଇଥିଲା । ସେଥିରୁ ଯାହା ବଞ୍ଚିଥିଲା ଏବେ ବାତ୍ୟା ନେବାକୁ ବସିଛି । ଭୟରେ ଏବେ ଚାଷୀ ପରିବାର । କୃଷି ବିଭାଗ ପକ୍ଷରୁ କୁହାଯାଉଛି ତୁରନ୍ତ ପାଚିଲା ଧାନ କାଟି ଆଣିବା ପାଇଁ । ଅନ୍ୟ ପକ୍ଷେ ଖରାବାରି ସଫା ସୁତରା ହୋଇନାହିଁ । ଧାନ କାଟିକି ଆଣିଲେ କେଉଁଠି ରଖିବ ସେ ଚିନ୍ତାରେ ଚାଷୀ ପଡିଯାଇଛନ୍ତି । ଅନ୍ୟ ପକ୍ଷେ ଧାନ କାଟିବା ପାଇଁ ଲୋକ ମିଳୁନାହାନ୍ତି । ଚାଷୀ ଶେଷରେ ପ୍ରଭୁ କାଳିଆ ଠାକୁରଙ୍କଉପରେ ଛାଡି ଦେଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୧୧/୨୦୨୧----୬,୫୫