ସତ୍ୟବାଦୀର ୫ଟି ଯୋଜନାରେ ସାମିଲଥିବା ୩ଟି ହାଇସ୍କୁଲ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ
The Chief Minister inaugurated three high schools, which are part of Satyavadi's five schemes, through virtual.
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ସାକ୍ଷୀଗୋପାଳ , ଅଳଗୁମ ସ୍ଥିତ ଜାଗେଶ୍ୱରୀ ଉଚ୍ଚ ବିଦ୍ୟାପୀଠ ସହିତ ଗୋପବନ୍ଧୁ ଜନ୍ମପୀଠ ଉଚ୍ଚ ବିଦ୍ୟାଳୟ, ଗୁଆଳିଗୋରଡା ୫ଟି ଯୋଜନାରେ ଅନ୍ତଭୁକ୍ତ ହୋଇଛି । ଉକ୍ତ ବିଦ୍ୟାଳୟ ଗୁଡିକର କାମ ସରିଥିଲେ ମଧ୍ୟ ପିଲା ମାନେ ଉଦଘାଟନକୁ ଅପେକ୍ଷା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଭଚ୍ଚୁଆଲ ମାଧ୍ୟମରେ ସତ୍ୟବାଦୀ ବ୍ଳକର ତିନୋଟି ବିଦ୍ୟାଳୟ ଉଦଘାଟନ କରିଛନ୍ତି । ଏହି ଅବସରରେ ଉକ୍ତ କ୍ଳାସରୁମ ଗୁଡିକରେ ପିଲା ମାନେ ବସିବା ପରେ ବହୁ ଖୁସି ଅନୁଭବ କରିଛନ୍ତି ।
ଏଥିଯୋଗୁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚ୍ଚିବଙ୍କୁ ପିଲାମାନେ ତାଳି ମାରି ସ୍ୱାଗତ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ମନରଞ୍ଜନ ନାଥ ଓ ଶାରିରୀକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇ ଉପସ୍ଥିତ ରହିଥିଲେ । ସେହିପରି ଅନ୍ୟ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ମୋ ସ୍କୁଲରେ ସାମିଲ ଥିବା ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୧୧/୨୦୨୧---୯,୨୦
Sakhigopal News,20/11/2021