Breaking News

ଓଡିଶା ସାମ୍ୟବାଦ ବିକାଶ ମହାକ୍ରାନ୍ତି ପରିଷଦର ସଚେତନତା ଆଲୋଚନା ଚକ୍ର

 Odisha Communism Development Mahakranti Parishad Awareness Roundtable.


ସାକ୍ଷୀଗୋପାଳ -----  ଓଡିଶା ସାମ୍ୟବାଦ ବିକାଶ ମହାକ୍ରାନ୍ତି ପରିଷଦ ପକ୍ଷରୁ  ସାକ୍ଷୀଗୋପାଳ ସ୍ଥିତ ଚଉଦବାଟିଆ ଗ୍ରାମ ନିକଟ ଚଣ୍ଡିମନ୍ଦିର ପ୍ରାଙ୍ଗଣରେ  ଏକ ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ ଶତାଧିକ ଅନୁସୂଚିତ ଜାତି ଓ ଜନଜାତିରମହିଳା ପୁରଷ ମାନେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ପ୍ରଫୁଲ ପଣ୍ଡା ଓ ସମ୍ପାଦକ ଅର୍ଜୁନ ବେହେରା କାର୍ଯ୍ୟକ୍ରମକୁ ଉଦଘାଟନ କରି ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ବି ଜନଜାତି ଓ ଅନୁସୂଚିତ ଜାତି ସବୁ ବେଳେ ଅବହେଳିତ ଓ ସେମାନଙ୍କୁ ଅଣଦେଖା କରାଯାଉଛି । ବୋଲି ଯୋଗ ଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏବେ ସମୟ ଆସିଛି ସମେସ୍ତ ଏକ ହୋଇ ନିଜର ହକ ପାଇଁ ଲଢ଼େଇ କରିବାକୁ ହେବ ବୋଲି  ସଚେତନତା ଶିବିରରେ ଆଲେଚନା କରାଯାଇଥିଲା । ଏପରିକି ଆମ ପାଇଁ ଯେଉଁ ବ୍ୟକ୍ତି ବିଶେଷ ବା ଆମ କଥା ଯିଏ କହିପାରିବ ସେହିପରି ବ୍ୟକ୍ତି ବିଶେଷଙ୍କୁ ଅଗାକୁ ଆଣିବା ଦରକାର ହୋଇପଡିଛି ବୋଲି ଯୋଗ ଦେଇଥିବ  ବୁଧିନାଥ ମଲ୍ଲିକ ମତ ପ୍ରକାଶ କରିଥିଲେ ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୨୫/୧୧/୨୦୨୧    

Sakhigopal News, 25/11/2021

Blog Archive

Popular Posts