ସତ୍ୟବାଦୀ ପଞ୍ଚାୟତ ସମିତି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ ଘଟଣାକୁ ଦୃଢ଼ ନିନ୍ଦା ; ସାକ୍ଷୀଗୋପାଳରୁ ଟାଟା ହଟାଅ ପଞ୍ଚାୟତ ସମିତି ବୈଠକରେ ଉଠିଲା ସ୍ୱର
The Satyavadi Panchayat Samiti meeting strongly condemned the egg-laying incident to the Chief Minister; The issue's end has the recaptured Tata Panchayat Samiti in the spotlight
ସାକ୍ଷୀଗୋପାଳ---- ସତ୍ୟବାଦୀ ପଞ୍ଚାୟତ ସମିତି ସଭା ଗୃହ ପରିସରରେ ନବମ ପଞ୍ଚାୟତ ସମିତି ବୈଠକ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ । ବିଡିଓ କ୍ଷୀରୋଦ କୁମାର ବେହେରା ବୈଠକକୁ ପରିଚାଳନା କରିଥିଲେ । ଜିପିଓ ଦାୟତ୍ୱରେ ଥିବା ସୌଭରଗ୍ୟ ରଜ୍ଞନ କର ପୂର୍ବ ବୈଠକ ବିବରଣୀ ପାଠ କରିଥିଲେ । ବିଶେଷ କରି କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀଙ୍କ କାର୍ଯ୍ୟକ୍ରମ ଉପରେ ବୈଠକରେ ଯୋଗ ଦେଇଥିବା ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନେ ଅସନ୍ତୋଷ ପ୍ରକାଶ କରିବା ସହ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ସମିତି ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା କହିଥିଲେ ତାଙ୍କ ପଞ୍ଚାୟତରେ ନଡିଆ ଚାରା ଯୋଗାଣରେ ପାତର ଅନ୍ତର କରାଯାଇଛି ବୋଲି କହିଥିଲେ । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ପ୍ରଶ୍ନ ଉଠାଇଥିଲେ ଯେ ତାଙ୍କ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ଶେଷ ହୋଇଥିଲେ ମଧ୍ୟ ପାନୀୟ ଜଳ ଯୋଗାଣ କାହିଁକ ହେଉନାହିଁ । ୧୫ ଦିନ ମଧ୍ୟରେ ପାନୀୟ ଜଳ ପ୍ରଳ୍ପଳ କାର୍ଯ୍ୟକାରୀ ହେବ ବୋଲି ବିଡିଓ ବିଭାଗୀୟ ଜେଇ କହିଥିବା ଜଣାପଡିଛି । ନରେନ୍ଦ୍ରପୁର ପଞ୍ଚାୟତ ଅଧିକାରୀ ମ୍ୟାଟିନ ଲିଭି ଛୁଟିରେ ୩ ତାରିଖରୁ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଠାରେ ନିଯୁକ୍ତି ପାଇଥିବା ଅଧିକାରୀଙ୍କୁ ଚାର୍ଯ୍ୟ କାହିଁକି ଦେଉନାହାନ୍ତି ତାହା ବୈଠକରେ ପ୍ରଶ୍ନ ଉଠାଇଥିଲେ । ସେହିପରି କୃଷି ମିତ୍ର ଓ ପାଣିମିତ୍ରରେ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନେ କେବେ ସେମାନଙ୍କର ପାରିଶ୍ରମିକ ମିଳିବ ବୋଲି ମହୁରା ସରପଞ୍ଚ ଓ ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶ୍ନ ଉଠାଇଥିଲେ । ବୈଠକରେ ଜିଲ୍ଲା ପରିଷଦସଭ୍ୟ ଧୃବଚରଣ ଦାଶ, ବ୍ଳକ ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ, ସିଡିପିଓ ରାଜଲକ୍ଷ୍ମୀ ଦାଶଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲେଚନାରେ ଭାଗ ନେଇଥିଲେ । ବିଶେଷ କରି ନୂଆସେମେଶ୍ୱରପୁର, ଦୁଗଲ, ମହୁରା, ଦାସବିଦ୍ୟାଧରପୁର, ସାଣ୍ଡରା, ନରେନ୍ଦ୍ରପୁର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ପୁରୀ ମୁଖ୍ୟମନ୍ତ୍ରୀ ଗସ୍ତ କରି ଫେରିବା ସମୟରେ ତାଙ୍କ ଉପରକୁ ଅଣ୍ଡା ମାଡ କରିଥିବା ଦଳୀୟ ଯୁବକ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଏକ ନିନ୍ଦା ପ୍ରସ୍ତାବ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଅଗାତ କରିଥିଲେ । ଏହାକୁ ଉପସ୍ଥିତ ଥିବା ସମସ୍ତ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ତାଳି ମାରି ସମର୍ଥନ କରିଥିଲେ । =ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୧୧/୨୦୨୧--୮,୪୦
Sakhigopal News, 26/11/2021