Breaking News

ଆନନ୍ଦପୁର ଓ ସାନ ଗାଁରେ ବିଶ୍ୱଶାନ୍ତି ମହାଯଜ୍ଞର ପୂଣ୍ଣାହୁତି

 Bishwashanti Mahayajna is celebrated in Anandpur and San villages


ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମରେ ଥିବା ମା ହାଣ୍ଡୁଳାଇ ଠାକୁରାଣୀଙ୍କ ପୀଠରେ ତିନି ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀ ଓ ଯୁବକ ମାନଙ୍କ ସହଯୋଗରେ ଦୀର୍ଘ ୨୦ ବର୍ଷ ହେବ ଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ପଣ୍ଡିତ ନବ କିଶୋର ମିଶ୍ର ଯଜ୍ଞ କାର୍ଯ୍ୟ ତୁଳାଇଥିବା ବେଳେ କର୍ତ୍ତା ଭାବେ ସୁକାନ୍ତ କୁମାର ପଣ୍ଡା ରହିଥିଲେ । ନାରାୟଣ ପଣ୍ଡା, କୃଷ୍ଣଚନ୍ଦ୍ର ପଣ୍ଡା, ବିଶ୍ୱନାଥ ପଣ୍ଡା   ସହଯୋଗ କରିଥିଲେ । ସେହିପରି ସରସ୍ୱତୀପୁର ପଞ୍ଚାୟତର ସାନଗାଁ ବିଲ କପିଳେଶ୍ୱର ଦେବଙ୍କ ପୀଠରେ ୩୦ ବର୍ଷ ଧରି  ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧର ଗ୍ରାମରେ ଆମିଷ ନିଷେଧ କରିବା ସହ ହବିଷନ୍ନା ରହିବା ସହ ଘର ଆଗରେ ପୁର୍ଣ୍ଣଘଟ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ପଣ୍ଡିତ ନୃସିହ ନାଥ ନନ୍ଦ ଯଜ୍ଞ କାର୍ଯ୍ୟତୁଳାଇଥିବା ବେଳେ ତାଙ୍କୁ ନାରାୟଣ ମହାପାତ୍ର ଓ ପବିତ୍ର ମହାପାତ୍ର ସହେ=ଯାଗ କରିଥିଲେ । କର୍ତ୍ତାଭାବେ ରମେଶ ଚନ୍ଦ୍ର ପ୍ରଧାନ ଓ କର୍ତ୍ତୀ ଭାବେ କବିତା ପ୍ରଧାନ ରହିଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧=୯/୧୧/୨୦୨୧-----୭,୨୦ 

Sakhigopal News, 19/11/2021


Blog Archive

Popular Posts