ମରାମତି ପାଇଁ ପିଚୁ ପଠାଇବାରେ ବି କେଉଁ; ରହୁନି ସୂଚନା ଫଳକ , ଅସୁରକ୍ଷିତ ଶ୍ରମିକ
What’s so significant about a goat’s head? ” Residential information boards, unsafe workers
ଭଞ୍ଜନଗର - ରାସ୍ତା ମଝିରେ ପିଚୁ-ମିଶା ଗୁଡିଭର୍ତି ଟ୍ରାକ୍ଟର । ଖାଲ-ଖମା ରେ ପିଚୁ ପଡୁଛି । ପିଚୁ ପଡ଼ିବା ପରେ ରାସ୍ତା କଡ଼ରେ ଲାଗିଥିବା ଗଛର ଡାଳଭାଙ୍ଗି ପଡ଼ିଥିବା ପିଚୁ କୁ ଘୋଡେ଼ଇ ଦିଆଯାଉଛି । କାମ କରୁଥିବା ଶ୍ରମିକଙ୍କ ଗୋଡ଼ ରେ ନା ଅଛି ସୁରକ୍ଷା ବୁଟ୍ , ନା ଅଛି ସେଫ୍ଟି ଜାକେଟ୍ । ରାସ୍ତା ରେ ଚାଲିଥିବା ମରାମତି କାର୍ଯ୍ୟ ସଂକ୍ରାନ୍ତରେ କୈାଣସି ସୂଚନା ଫଳକ ମଧ୍ୟ ନାହିଁ । ଅତି ବିପଦ ସଙ୍କୁଳ ଅବସ୍ଥାରେ ଯାଉଛି ଯାନବାହାନ । ମୋଟର ସାଇକେଲ ଆରୋହୀ ମାନେ ରାସ୍ତାରେ, ଇତସ୍ତତଃ ହୋଇ ପଡ଼ୁଛନ୍ତି । ପାଖରେ ଠିଆ ହୋଇଛନ୍ତି ପେଟି ଠିକାଦାର । ରାସ୍ତା ରେ ଯାତ୍ରୀ କିମ୍ବା ଯାନବାହାନ ଯାଉ କି ନଯାଉ , ଦୁର୍ଘଟଣା ଘଟୁ କିମ୍ବା ଅସୁବିଧା ହେଉ , ତାଙ୍କର ଖାତିରି ନାହିଁ । ସତେ ଯେମିତି ରାଜରସ୍ତାର ଅଧିପତି ହୋଇଛନ୍ତି ସଂପୃକ୍ତ ଠିକା ସଂସ୍ଥା ର କର୍ମଚାରୀ । ଏହେଉଛି ଆସିକା - ଭଂଜନଗର ଜାତୀୟ ରାଜପଥ ରେ ଚାଲିଥିବା ମରାମତି କାର୍ଯ୍ୟ ର ଖୁଲମ୍ ଖୁଲା ଦୃଶ୍ୟ । ଯାହା ଭଞ୍ଜନଗର ଠାରୁ ଆସିକା ଯିବା ରାସ୍ତାରେ ଏବେ ଦେଖିବାକୁ ମିଳିଛି । ଗତ କିଛିଦିନ ପୂର୍ବରୁ ବର୍ଷା ଓ ମରାମତି ଅଭାବ କାରଣ ରୁ , ଜାତୀୟ ରାଜପଥ ରାସ୍ତା ର ମଝିରେ ମଝିରେ , ଖାଲଖମା ସୃଷ୍ଟି ହୋଇଛି । ଏହାକୁ ମରାମତି କରିବା , ଏବଂ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି । ଜାତୀୟ ରାଜପଥ ବିଭାଗର ଏକ ଭଲ ପଦକ୍ଷେପ । ହେଲେ ରାସ୍ତା ରେ କିଭଳି ଓ କେଉଁ ପରିସ୍ଥିତିରେ , ମରାମତି କାର୍ଯ୍ୟ ହେଉଛି ଏବଂ କିଭଳି ପିଚୁ ଢଳେଇ ହେଉଛି ତାହାକୁ ଦୃଷ୍ଟି ଦିଆନଯିବା ଜନସାଧାରଣ ଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ରାସ୍ତା ମଝିରେ ପଡୁଥିବା ଗରମ ପିଚୁରେ ବାଲି ନପକାଇ , ରାସ୍ତା କଡ଼ରେ ଲାଗିଥିବା ଗଛର ଡାଳ ଭାଙ୍ଗି ରାସ୍ତା ଉପରେ ପକାଯାଉଛି । ଯେହେତୁ ଜାତୀୟ ରାଜପଥ ସେଥିପାଇଁ ବ୍ରହ୍ମପୁର ରୁ ଆସିକା ଦେଇ ଭଂଜନଗର , କନ୍ଧମାଳ , ରାଉରକେଲା କୁ ଦୈନିକ ଶହଶହ ଯାନବାହାନ ଯିବା ଆସିବା କରୁଛନ୍ତି । ସେହିଭଳି ଭାରିଯାନ ଓ ଯାତ୍ରୀବାହୀ ଅଟୋ ଠାରୁ ଆରମ୍ଭ କରି ବାଇକ୍ ଚାଳକ ମାନେ , ରାସ୍ତା ଉପରେ ଚାଲିଥିବା ଏଭଳି ସୂଚନା ବିହିନ କାର୍ଯ୍ୟ କୁ ନେଇ ସମସ୍ୟା ରେ ପଡୁଛନ୍ତି । ଏପରିକି ବିଭିନ୍ନ ସମୟରେ ବେପରୁଆ ଗାଡି ଚାଳନା ପାଇଁ ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି । ଅନେକ ଆହତ ଓ ମୃତାହତ ହେଉଛନ୍ତି । ସେଭଳି ପରିସ୍ଥିତି ରେ ଏଭଳି ଭାବେ ଚାଲିଥିବା ରାସ୍ତା ମରାମତି କାର୍ଯ୍ୟ କେତେ ବିପଦ ମୁକ୍ତ ତାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟ ପକ୍ଷରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର କୈାଣସି ସୁରକ୍ଷା ପଦକ୍ଷେପ ନିଆଯାଉନଥିବା ବେଳେ , କୈାଣସି ଦୁର୍ଘଟଣା ଘଟିଲେ ସେଥିପାଇଁ କିଏ ଦାୟୀ ରହିବ । ପେଟପାଟଣା ପାଇଁ ବିପଦପୂର୍ଣ୍ଣ ଭାବରେ କାମକରୁଥିବା ଶ୍ରମିକ ମାନଙ୍କର ଶ୍ରମିକ ପଞ୍ଜିକରଣ କାର୍ଡ ଅଛି କି ନାହିଁ , ତାହାର ମଧ୍ୟ କୈାଣସି ହିସାବ ନାହିଁ । ଯଦି କୌଣସି ସମୟରେ ରାସ୍ତା ଜନିତ ଦୁର୍ଘଟଣାର ଘଟେ , ସେଥିପାଇଁ କିଏ ଦାୟୀ ରହିବେ । ତାକୁ ନେଇ ସାଧାରଣରେ ଅଭିଯୋଗ ଉଠିଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜାତୀୟ ରାଜପଥ ଓ ସଡ଼କ ପରିବହନ ବିଭାଗ ଦୃଷ୍ଟି ଦେବାକୁ , ସାଧାରଣ ରେ ଦାବୀ ହେଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୧/୨୦୨୧-----୧୨,୦୦ Sakhigopal News,30/11/2021