ଗାଦିବ୍ରହ୍ମ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
Gadibrahm College celebrates Constitution Day
ଡେଲାଙ୍ଗ ------ ଡେଲାଙ୍ଗ ଗାଦିବ୍ରହ୍ମ ମହାବିଦ୍ୟାଳୟର ଐତିହ ଗୃହ ପରିସରରେ ସମ୍ବିଧାନ ଦିବସ ପାଳନ କରାଯିବା ସହ ଡେଲାଙ୍ଗ ବଞ୍ଚାୟତ ସମିତି ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ, ସରୋଜ କୁମାର ପଣ୍ଡା, ଅଧ୍ୟକ୍ଷତା କରିଥିଲେ । ଭାରତୀୟ ସମ୍ବିଧାନ =ର ବୈଶିଷ୍ଠ୍ୟ ଓ ମୈଳିକତା ଉପରେ ବିଶେଷ ଯୋଗ ଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ସେହିପରି ସୁସ୍ଥ ଓ ସମୃଦ୍ଧ ଗଣତନ୍ତ୍ରରେ ମତଦାନ ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା । ଅନୁଷ୍ଠିତ ଆଲେଚନା ଚକ୍ରରେ ଡେଲାଙ୍ଗ ବିଡିଓ ଦୀଲ୍ଲିପ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗ୍ରାମ ପଞ୍ଚାୟତ ସମ୍ପସାରଣ ଅଧିକାରୀ ରତିକାନ୍ତ ସାହୁ, ଶିକ୍ଷକ ପବିତ୍ର ମୋହନ ଜେନା, ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା, ଡଃ ଲକ୍ଷ୍ମୀଧର ପାଇକରାୟ, ଅଧ୍ୟାପିକା ପ୍ରମୋଦିନି ମହାପାତ୍ର, କବିତା ମିଶ୍ର, ଭବାନୀ ପ୍ରୀୟଦର୍ଶନୀ ମହାନ୍ତିଙ୍କ ସମେତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ୍ରାଲେଚନାରେ ଅଂଶ ଗ୍ରହଣ କରିଥିଲେ । ମହାବିଦ୍ୟାଳୟର ରେଡକ୍ରସ ୟୁନିଟ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୬/୧୧/୨୦୨୧----୮,୩୦
Sakhigopal News, 26/11/2021