ସତ୍ୟବାଦୀରେ ସଡକ ସୁରକ୍ଷା ସମ୍ପର୍କିତ ରକ୍ଷକ ତାଲିମ ଶିବିର
Road safety camps in Satyavadi
ସାକ୍ଷୀଗୋପାଳ------ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ଦ୍ୟମରେ ଦୁଘଁଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବା ନିମେନ୍ତ ଏକ ତାଲିମ କାର୍ଯ୍ୟକ୍ରମ ରକ୍ଷକ ନାମରେ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବ୍ଳକ ଛକ ନିକଟ ସ୍ୱର୍ଣ୍ଣମଣ୍ଡପ ପରିସରରେ ଅନୁଷ୍ଠିତ ତାଲିମ ଶିବିରରେ ୧୭୦ ଜଣ ପୁରୁଷ ମହିଳା ଯୋଗ ଦେଇଥିଲେ । ଦୁର୍ଘଟଣା ବ୍ୟକ୍ତି ମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ, ଡାକ୍ତରଖାନାକୁ ନେବା, ସ୍ୱେଚ୍ଛାସେବୀ କାର୍ଯ୍ୟପ୍ରତି ଯୁବକ ଯୁବତୀ ମାନଙ୍କୁ ଆକୃଷ୍ଟ କରିବା ଏହି ତାଲିମ ପ୍ରଦାନ କରିବା ମୁଖ୍ୟ ଲକ୍ଷ୍ୟ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ କହିଛନ୍ତି । ଏହି ରକ୍ଷକ କାର୍ଯ୍ୟକ୍ରମରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ, ଭାରତୀୟରେକ୍ରସର ଓଡିଶା ଶଖା ଏବଂ ତାଲିମ ପ୍ରଦାନ କରୁଥିବା ନୂଆଦିଲ୍ଲୀସ୍ଥିତ ଡିଆଇଜେଡ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ହୋଇଛି । ୟୁଥ ରେଡକ୍ରସ ସ୍ୱେଚ୍ଛାସେବୀ ଏହି ତାଲିମ କରିଥିବା ବେଳେ ସେମାନଙ୍କ ଦକ୍ଷତା ଯାଞ୍ଚ ନିମନ୍ତେ ଜିଆଇରେଡ ସଂସ୍ଥାର ମାଷ୍ଟ ଟ୍ରେନର ମାନେ ଉପସ୍ଥିତ ରହିଥିଲେ । ଗୁଡ ସମରିଟାନ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ଦୁଇ ହଜାର ଟଙ୍କା ଓ କେନ୍ଦ୍ର ସରକାର ୫ହଜାର ଟଙ୍କା ପ୍ରୋସାହନ ମୂଳକ ରାଣି ପ୍ରଦାନ କରାଯାଉଛି ।ଏହି କାର୍ଯ୍ୟକ୍ରମରେ ମୋଟରଯାନ ନିରୀକ୍ଷକ ଶୁଭେନ୍ଦୁ ରଞ୍ଜନ ସାହୁ, ସଡକ ସୁରକ୍ଷା ଅଧିକାରୀ ବାମଦେବ ସାହୁ, ଟ୍ରାଫିକ ସବଇନିସପେକ୍ଟର ସୁଶାନ୍ତ କୁମାର ପାତ୍ର, ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ସହିତ ଯୁଥ ରେଡକ୍ରସର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Road safety camps in Satyavadi
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧୧/୨୦୨୧=---୯,୫୦
Sakhigopal News, 19/11/2021