Breaking News

ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ମହାଯଜ୍ଞ

The founding of a new temple and the Great Sacrifice of World Peace.

ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦାସ ବିଦ୍ୟାଧରପୁର ପୁର ଗ୍ରାମ ପଞ୍ଚାୟତ ଅଧୀନ ଭୀମପୁର ପକ୍ଷୀମୁଣ୍ଡ ଠାରେନବନିର୍ମିତ ଶ୍ରୀ ଶ୍ରୀ ଛୋଟା ଗୋସାଇଁ ଦେବଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।  ଗ୍ରାମବାସୀ ତଥା ମନ୍ଦିର ପରିଚାଳନା କମିଟି ପକ୍ଷରୁ  ଏହାର ଆୟୋଜନ କରାଯାଇଥିଲା ।  ଗ୍ରାମର ଶତାଧିକ ମହିଳା ବ୍ରତଧାରିଙ୍କ ପକ୍ଷରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।   ମୁଖ୍ୟ ଆଚାର୍ଯ୍ୟ ନିଳକଣ୍ଠ ମିଶ୍ର ଓ ବୈଦିକ ବ୍ରାହ୍ମଣ ପରିଷଦଙ୍କ ଦ୍ଵାରା  ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା ।   କର୍ତ୍ତା ଭାବେ ଭ୍ରମରବର ରାଉତ ଓ କର୍ତ୍ତୀ ଭାବେ ବିଜୟଲକ୍ଷୀ ରାଉତ ଯଜ୍ଞ କାର୍ଯ୍ୟ ତୁଲାଇଥିଲେ । ପୂର୍ଣ୍ଣାହୁତି ଦେଖିବାକୁ ବହୁ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଥିଲା। ଏହି ଅବସରରେ ଗ୍ରାମର ଯୁବକ ମାtନଙ୍କ  ଦ୍ଵାରା ଏକ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶେଷରେ ସମୁହ ପ୍ରସାଦ ସେବନ କରିଥିଲେ ।
 ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୧୧/୨୦୨୧----- ୮,୧୫ 
Sakhigopal News,28/11/2021

Blog Archive

Popular Posts