Breaking News

ରାଜ୍ୟ ମହିଳା ବିଜୁଜନତା ଦଳ ର ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ସ୍ମାର୍ଟ କାର୍ଡ ବଣ୍ଟନ କଲେ

Snehangini Churia, president of the state women's Bijujanta Dal and Atabira legislator, distributed smart cards.
ବରଗଡ଼------ ବରଗଡ ଜିଲ୍ଲା ଭେଡେନ ବ୍ଲକ ବକଟୀ ପଞ୍ଚାୟତ ଓ ଲୁପୁରସିଂହା ପଞ୍ଚାୟତ ପରିସରରେ ମହିଳା ବିଜୁଜନତା ଦଳ ର ସଭାନେତ୍ରୀ ଓ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ହେଲଥକାର୍ଡ ବଣ୍ଟନ କରିଛନ୍ତି । ଏହି ଅବସରରେ ବୁରଦା ଗ୍ରାମପଂଚାୟତ ଉଚ୍ଚ ବିଦ୍ୟାଳୟ ର ପୁନରୁଦ୍ଧାର କୋଠରୀ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟ ରେ ନୂତନ କୋଠରୀ ର ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିସରରେ
ବୃକ୍ଷ ରୋପଣ କରିଥିଲେ । ଭେଡେନ ବ୍ଲକ ଅଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି, ଉପାଧ୍ୟକ୍ଷା ସୁପ୍ରଭା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ଯ ସୁବାସ ହୋତା, ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ଙ୍କ ସମେତ ବ୍ଲକ କର୍ମଚାରୀ ମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ବକଟୀ ପଞ୍ଚାୟତ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହିତ ପଂଚାୟତ ର ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଥିଲେ। ସେହିପରି ଭାବରେ ଲୁପୁରସିଂହା ପଞ୍ଚାୟତ ଠାରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ ର ଶୁଭାରମ୍ଭ କରିଥିଲେ । ଅତାବିରା ବିଧାୟିକା ସ୍ନେହାଗିଂନୀ ଛୁରିଆ ଓ ଲାଲବିହାରୀ ପୁଝାରୀ କଲ୍ଯାଣ ମଣ୍ଡପ ର ଶିଳାନ୍ୟାସ କରିଥିଲେ। ଏହି ସମୟରେ କଲ୍ଯାଣ ମଣ୍ଡପ କୁ ଜମି ଦାନ କରି ଥିବା ପଞ୍ଚାନନ ପୁଝାରୀ ଓ ସୁଦର୍ଶନ ପୂଜାରୀ, ପୂର୍ବତନ ପ୍ରଧାନ ଶିକ୍ଷକ ସିତାରାମ ହୋତା ପ୍ରମୁଖ ଉପସ୍ଥିତ ରହି ଥିଲେ । ଭେଡେନ ବ୍ଲକ ଅଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି ଓ ଉପାଧ୍ୟକ୍ଷ ସୁପ୍ରଭା ପଧାନ, ଜିଲ୍ଲା ପରିଷଦ ସଭ୍ଯ ସୁବାଷ ହୋତା, ଲୁପୁରସିଂହା ସରପଞ୍ଚ କଲ୍ୟାଣୀ ବାଗ, ସମିତି ସଭ୍ୟ ପ୍ରତାପ ହୋତା, ଗଣେଶ ଦାଶ, ରମେଶ ବାଗ ସମେତ ଲୁପୁରସିଂହା ଗ୍ରାମର ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୧୧/୨୦୨୧-------୧୦,୧୦
Sakhigopal News,22/11/2021

Blog Archive

Popular Posts