Breaking News

ଅଳଗୁମରେ କାତ୍ତିକମେଳା ଓ ରୁଦ୍ରାଭିଷେକ ଉଦଯାପିତ

Kattikela Mela and Rudrabhishek are celebrated in Alagum


ସାକ୍ଷୀଗୋପାଳ,----  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମରେ ଥିବା ପ୍ରାଚୀନ ଶୈବପୀଠ ଗତେଶ୍ୱର ଦେବଙ୍କ ପୀଠରେ କାତ୍ତିକମେଳା ଓ ରୁଦ୍ରାଭିଷେକ କୋଭିଡ-୧୯ ଆଇନ ଅନୁଯାୟୀ ପାଳିତ ହୋଇଯାଇଛି । ଅଁଳା ନବମୀ ଠାରୁ  ରାସ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ତ୍ତିକ ମେଳା ଓ ରୁଦ୍ରାଭିଷେକ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଅଁଳାବୃକ୍ଷ ପୂଜନ,କଳସ ଯାତ୍ରା, ସୂର୍ଯ୍ୟପୂଜା, ଗୁରୁପୂଜନ, ଗୋ ପୂଜନ, ରୁଦ୍ରାଭିଷେକ, ଯଜ୍ଞ ଓ ଆଳତୀ କରାଯିବାସହ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହି କାର୍ତ୍ତିକ ମେଳାରେ  ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରା, ଅଳଗୁମ ବିଜେଡି ସଭାପତି ଯଯାତି କେଶରୀ ରାୟଙ୍କ ସହିତ କବି, ଲେଖକ, ସମାଜସେବୀ ଓ ବିଭିନ୍ନ ରାଜନୈତିକ ଦଳର ନେତା ମାନେ  ଯୋଗ ଦେଇଥିଲେ ।  ଅଭିଷେକ ଓ ଯଜ୍ଞ କାର୍ଯ୍ୟ ପଣ୍ଡିତ ଧନେଶ୍ୱର ତ୍ରିପାଠୀ. ଆଚାର୍ଯ୍ୟ ପ୍ରସନ୍ନ କର ଓ ତାଙ୍କ ସହଯୋଗୀ  ମାନେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କର୍ତ୍ତା ଭାବେ ମହେନ୍ଦ୍ର ପଣ୍ଡାଳଓ କର୍ତ୍ତୀ ଭାବେ =ରିତାଞ୍ଜଳି ପଣ୍ଡା ରହିଥିଲେ । ଉପେନ୍ଦ୍ର ପଣ୍ଡା, ଲକ୍ଷ୍ମୀଧର ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ସ୍ୱାଧୀନ ପ୍ରଧାନ, ପ୍ରଫୁଲ ବିଶ୍ୱାଳ, ରଜନୀ କାନ୍ତ ବେହେରା, ଗଙ୍ଗାଧର ବରାଳ, ସର୍ବେଶ୍ୱର ପ୍ରଧାନ, ସୁକାନ୍ତ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ପ୍ରଶାନ୍ତ କୁମାର ବିଶ୍ୱାଳ, ଡଃ ଯୋଗେନ୍ଦ୍ର ନାୟକ ପ୍ରମୁଖ ରୁଦ୍ରାଭିଷେକ ସଦସ୍ୟ ମାନେ ଯୋଗଦେଇ କାର୍ତ୍ତିକମେଳା ଓ ରୁଦ୍ରାଭିଷେକ ଯଜ୍ଞରେ ସହଯୋଗ କରିଥିଲେ । ପୂର୍ଣ୍ଣହୂତି ଅବସରରେ ଶ୍ରଦ୍ଧାଳୁ ମାନଙ୍କୁ ଚରୁ ପ୍ରସାଦ ବିତରଣ କରାଯାଇଥିଲା । ସେହିପରି ଶ୍ରୀରାମଚନ୍ଦ୍ରପୁର ଶାସନରେ ଗୋପିନାଥ ଦେବଙ୍କ ନିକଟରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଯାଇଛି ।ବଳପୁର ଗ୍ରାମରେ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧୧/୨୦୨୧---୭,୩0 

khigopal News, 19/11/2021

Blog Archive

Popular Posts