Breaking News

ଅବକାରୀ ବିଭାଗ ର ଚଢ଼ାଉ , ଜଣେ ଗିରଫ , ୧୪୦ ଲିଟର ଚୋରା ମଦ ଜବତ


 ‌‌।‌
  ଭଞ୍ଜନଗର---  ଚୋରାରେ ଦେଶୀମଦ ପ୍ରସ୍ତୁତ କରୁଥିବା ବେଳେ  ଭଞ୍ଜନଗର ଅବକାରୀ ବିଭାଗ  ଚଢ଼ାଉ କରି  ୧୪୦ ଲିଟର ଚୋରା ଦେଶୀମଦ ଜବତ କରିବା ସହ , ୩୧୫୦ ଲିଟର ପୋଚ ନଷ୍ଟ କରାଯାଇଛି । ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଛି । ଚୋରାମଦ ପ୍ରସ୍ତୁତ ହେଉଥିବା କୈାଣସି  ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିନ୍ଧେର୍ଶ କ୍ରମେ ଭଂଜନଗର ଅବକାରୀ ବିଭାଗ ଅଧିକାରୀ  ରମ୍ଭା ବାଗଙ୍କ ନେତୃତ୍ବରେ ଚଢ଼ାଉ ହୋଇଥିଲା । ଭଞ୍ଜନଗର ଅବକାରୀ ଅଧୀନରେ ଥିବା ମୁଜାଗଡ ପଞ୍ଚାୟତ ଅନ୍ତର୍ଗତ ସୁତାଙ୍ଗୀ ଗ୍ରାମ ନିକଟ ଜଙ୍ଗଲରେ ରନ୍ଧାମଦ ତିଆରି ହୋଇଥିବା ଅବକାରୀ ବିଭାଗ ଖବର ପାଇ  ଚଢ଼ାଉ  କରାଯାଇଥିଲା । ଜବତ ମଦ ସହ ରନ୍ଧା ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।   ଅଭିଯୁକ୍ତ ହେଲେ ମହେଶ୍ୱର ମଲ୍ଲିକଙ୍କୁ ଗିରଫ  କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ଅଧିକାରୀ ଶ୍ରୀମତୀ ବାଗ ସୁଚନା ଦେଇଛନ୍ତି । ଏହି  ଚଢଉ ରେ ଭଂଜନଗର ଅବକାରୀ ସିପାହୀ ସନାତନ ନାହକ,କୃଷ୍ଣଚନ୍ଦ୍ର ସେଠୀ,ସୁବଳ ପ୍ରଧାନଊ  ଓ ଜଗନ୍ନାଥ ମହାପାତ୍ର ସାମିଲ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧୧/୨୦୨୧.  ୯,୦୦ 
Sakhigopal News,27/11/2021

Blog Archive

Popular Posts