ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ଆଗରେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ପ୍ରତିବାଦ ସଭା
Protest rally in front of the Satyavadi Bloc office over gas prices
ସାକ୍ଷୀଗୋପାଳ---- ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ଆଗରେ ସତ୍ୟବାଦୀ ବିଜେଡି ଦଳର ମହିଳା , ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସଭା ମଞ୍ଚ ଆଗରେ ଗ୍ୟାସ ସିଲଣ୍ଡର ଥୋଇ କେନ୍ଦ୍ର ସରକାରଙ୍କ ବିରୁଧରେ ନାରାବାଜି ଦେଇ ପ୍ରତିବାଦ ସଭା କରିଥିଲେ । ସତ୍ୟବାଦୀ ବ୍ଳକ ଯୁବ ସଭାପତି ଶତର ରାଉତରାୟ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ପ୍ରତିବାଦ ସଭାରେ ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବଚରଣ ଦାଶ, ପୁରୀ ଜିଲ୍ଲା ମହିଳା ଉପସଭାନେତ୍ରୀ କନକଲତା ପଣ୍ଡା, ବ୍ଳକ ମହିଳା ବିଜେଡି ସଭାନେତ୍ରୀ ହରପିୟା ବେହେରା, ବ୍ଳକ ଛାତ୍ର ସଭାପତି ବିଶ୍ୱଜିତି ପରିଡାଙ୍କ ସହିତ ଅନୁପମା ନନ୍ଦ, ଭବାନୀ ସୁନ୍ଦରାୟ, ଦୀପା ବେହେରା, ସ୍ୱାଧୀନ ଚମ୍ପତି, ଶଙ୍କର ପ୍ରଧାନ, ଦେବଦତ୍ତ ସମାନ୍ତରାୟ, ନିମାଇଁ ଚରଣ ଦାଶ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୁଧରେ ବିଭିନ୍ନ ନାରାବାଜି ଦେଇଥିଲେ । ଗ୍ୟାସ ଦର କମାଇବା ସହ ପ୍ରୋଟୋଲ, ଡିଜେଲ ଓଖାଉଟି ସାମଗ୍ରୀ ଦର ନିୟନ୍ତ୍ରଣ କରନ୍ତୁ ନଚେତ ଅଗାମୀ ଦିନରେ ରାଜ ରାସ୍ତାକୁ ବିଜେଡିର ମହିଳା, ଯୁବ ଓ ଛାତ୍ର ସଂଗଠନ ମାନେ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୧/୨୦୨୧---୮,୧୦
Sakhigopal News, 22/11/2021