Breaking News

ଲୋକକଳା ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣମୀ ଉତ୍ସବ ପାଳିତ

 The Karthik full moon festival is celebrated by the district administration in Lokkala village


 ସାକ୍ଷୀଗୋପାଳ,------ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମକୁ ଲୋକକଳା ଗ୍ରାମ ଭାବରେ ଚିହ୍ନଟ କରାଯାଇଛି । ରାଜ୍ୟ ସରକାରଙ୍କ ନିସ୍ପତି କ୍ରମେ ସମସ୍ତ ଲୋକକଳା ଗ୍ରାମରେ କାତ୍ତିକ ପୂର୍ଣ୍ଣମା ସହ ଜଡିତ ପାରମ୍ପରିକ, ସଂସ୍କୃତିର ପ୍ରଚାର, ପ୍ରସାର ତଥା ପାରମ୍ପାରିକଲୋକକଳାକୁ ରୁଦ୍ଧିମନ୍ତ୍ର କରିବା ପାଇଁ ଓଡିଶା ସରକାରଙ୍କ ଓ ଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି । 

ଡଙ୍ଗା ଭସାଣ, ଝୋଟି ଚିତା, ହୁଳହୁଳି, ପିଠାପଣା ପ୍ରତିଯୋଗିତା, ଗାଁ ସଫେଇ, ଲକ୍ଷ୍ମୀପୁରାଣ ପଠନ, ଭାଗବତ ପଠନ, ଓଡିଆଣୀ ବେଶ ପ୍ରମୁଖ ପ୍ରତିଯୋଗିତା କରାଯିବା ସହ ପାଲା, ଦାସକାଠିଆ, ନାମସଂକୀର୍ତ୍ତନ, ଗୋଟିପୁଅ ନୃତ୍ୟୁ, ମେଡ ଓ ମୃଦଙ୍ଗ ନୃତ୍ୟୁ ଆଦି କରାଯାଇଥିଲା । ଏହି ମହୋତ୍ସବକୁ ସ୍ଥାନୀୟ ବିଡିଓ କ୍ଷୀରୋଦ କୁମାର ବେହେରା ଉଦଘାଟନ କରିଥିଲେ ।
  ମୁଖ୍ୟ ଅତିଥି ଭାବେ  ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟ,   ଡିସିଓ ଚୌଧୁରୀ  ଅରବିନ୍ଦ ଦାଶ,   ଜିଲ୍ଲା ପରିଷଦ ସଭ୍ୟ ଧୃବ ଚରଣ ଦାଶ, ବିଧାୟକ ଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ଭିଏସଇ ଲକ୍ଷ୍ମୀ ବେହେରା, ସମାଜସେବୀ ଲିଙ୍ଗରାଜ ସାହୁ , ସରପଞ୍ଚ ଚଞ୍ଚଳା ପାଣିଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚଓ ସମିତିସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ ।  ଶେଷରେ ଅତିଥି ମାନଙ୍କ ଦ୍ୱାରା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପ୍ରତିଯୋଗି ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।
କଳା ସଂସ୍କୃତି ସଂଘର ଉପସଭାପତି ରମେଶ ଚନ୍ଦ୍ର ପଲେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଦୁର୍ଗେଶ ପ୍ରସାଦ  ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।  


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧୧/୨୦୨୧----୭,୨୫  

Sakhigopal News, 19/11/2021

Blog Archive

Popular Posts