Breaking News

ଗାଡ଼ିରେ ପେଟ୍ରୋଲ ପକାଉଥିଲା ବେଳେ ଦୀପ ନିଆଁ ଲାଗି ଅଘଟଣ .... ୩ ଆହତ

Three people were injured in the blaze, which broke out while they were refueling

  ଭଞ୍ଜନଗର- ଅସାବଧାନତା କାରଣରୁ ନିଆଁରେ ପୋଡ଼ିହୋଇ , ଗୋଟିଏ ପରିବାରର ୩ ଆହତ । ଗଂଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ସମ୍ବରବନ୍ଧ ଗାଁ ରେ ଗୁରୁବାର ସଂଧ୍ୟାରେ ଘଟିଛି ଏଭଳି ଅଘଟଣ । ଆହତ ମାନେ ହେଲେ , ପ୍ରଫୁଲ୍ଲ ନାୟକ , ତାଙ୍କ ସ୍ତ୍ରୀ ମାମି ନାୟକ ଓ ଝିଅ ଦୀପା ନାୟକ । ସୂଚନା ପ୍ରକାରେ , ଘରେଥିବା ମୋଟର ସାଇକେଲ ରେ ପ୍ରଫୁଲ୍ଲ ,  ପେଟ୍ରୋଲ ପକାଉଥିଲା ବେଳେ , ତାହା ଦେଖାନଯିବାରୁ ଝିଅ କୁ କହିଥିଲେ ଦୀପ ଆଣିବା ପାଇଁ । ସେତିକିବେଳେ ଦୀପ ନିଆଁ ହଠାତ୍ ପେଟ୍ରୋଲ ସଂସ୍ପର୍ଶରେ ଆସିଯିବାରୁ ଘଟଣା ସ୍ଥଳରେ ନିଆଁ ଲାଗି ଯାଇଥିଲା । ବାପା ଓ ଝିଅ ଦେହରେ ନିଆଁ ଲାଗି ଯାଉଥିବା ବେଳେ , ମା ସେମାନଙ୍କୁ ଉଧାର କରିବାକୁ ଯାଇ ସେ ମଧ୍ୟ ଆହତ ହୋଇଥିଲେ । ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ଉଧାର କରି ଭଞ୍ଜନଗର ମେଡିକାଲରେ ଭର୍ତି କରାଯାଇଛି ।  ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ତେବେ ଏନେଇ ତାରାସିଂ ଥାନା ରେ କୈାଣସି ଅଭିଯୋଗ ହୋଇନଥିବା ବେଳେ , ଘଟଣା ର ଅନୁସନ୍ଧାନ କରାଯାଉଥିବା ନେଇ  ଥାନାଧିକାରୀ  ପ୍ରଦୀପ୍ତ କୁମାର ଦାସ ଙ୍କ ଠାରୁ ଜଣାପଡିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୧/୨୦୨୧ , ୧୦,୧୫ 
Sakhigopal News,17/11/2021

Blog Archive

Popular Posts