Breaking News

ଶିକାର ପାଇଁ ଭଦ୍ୟାମ କରୁଥିବା ବେଳେ ଶିକାରୀକୁ ଗିରଫ କଲା ବନବିଭାଗ

 The forest department arrested the hunter while he was hunting
ଭଞ୍ଜନଗର- ଉତ୍ତର ଘୁମୁସର ବନଖଣ୍ଡ ଅଧିନ କେନ୍ଦ୍ରିୟ ବନାଞ୍ଚଳରେ ଥିବା କାଳିଆମ୍ବା ସେକସନରେ ଥିବା ମରେଇପାଟ ଗ୍ରାମର ସୁଶାନ୍ତ ନାଇକ  ନିକଟସ୍ଥ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜିଆାଇ ତାର ବିଛାଉଥିବା ନେଇ ବନାଞ୍ଚଳ ଅଧିକାରୀ କୁମର ବେହେରା କୈଣସି ସୁତ୍ରରୁ ଖବର ପାଇ ଶ୍ରୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟୁତ୍ ବିଭାଗ ଅଧିକାରୀ ଓ ବନବିଭାଗର କାଳିଆମ୍ବା ସେକସନର ବନପାଳ ଶରତ କୁମାର ମହାନ୍ତି ବନରକ୍ଷୀ ରଶ୍ମିତା ସେଠୀ ସମେତ ସ୍ବାର୍ଡ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଜି ଶିକାରୀ ସୁଶାନ୍ତକୁ ଗିରଫ କରିବା ସହ ତାଙ୍କ ଠାରୁ ୨ କେଜି ଜିଆଇ ତାର ବ୍ୟବହୁତ ସରଜାମ ଜବତ କରିଛନ୍ତି । କେନ୍ଦ୍ରିୟ ବନାଞ୍ଚଳ କାଯ୍ୟଳୟକୁ ଅଣାଯାଇ ଅଧିକ ତଦନ୍ତ ଜାରି ରହିଛି । ଏସମ୍ପର୍କରେ  ୨୯୭/୨୧ ରେ ମାମଲା ରୁଜୁ କରି ସୁଶାନ୍ତକୁ କୋର୍ଟ ଚାଳଣା କରାଯାଇଥିବା କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ଠାରୁ ସୁଚନା ମିଳିଛି । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୧୧/୨୦୨୧----୭,୪୦ 
Sakhigopal News,24/11/2021

Blog Archive

Popular Posts