Breaking News

ମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି

The college football tournament has been inaugurated.
ବରଗଡ଼---  ବରଗଡ ଜିଲ୍ଲା ଲରମ୍ଭା ମହାବିଦ୍ୟାଳୟ ର ଖେଳପଡିଆରେ ସମ୍ଭଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଆନ୍ତହ ମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହା ତିନିଦିନ ଧରି ଅନୁଷ୍ଠିତ ହେବ। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଉଦଘାଟନ କରିଥିଲେ ।ଏଥିରେ ସମ୍ମାନୀତ ଅତିଥି ଭାବେ ରଙ୍କମଣି ସାହୁ, ମହାବିଦ୍ୟାଳୟ ସମ୍ପାଦକ ସରୋଜ କୁମାର ନାୟକ, ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ଡାଃ ଅମୃତା ସାମନ୍ତ, ପ୍ରଫେସର ଅବିନାଶ କର, ପ୍ରଫେସର ଦେବେନ୍ଦ୍ର କୁମାର ମହାଲିଙ୍ଗ, ହରିଶ ମହାପାତ୍ର, ଚିତ୍ତ ରଞ୍ଜନ ଛନ୍ଦ, ବିନୟ କୁମାର ନାୟକ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମ ଦିନରେ ୧୪ ଟି ମହାବିଦ୍ୟାଳୟ ର ଖେଳାଳି ମାନେ ଅଂଶଗ୍ରହଣ କରିଥିଲେ।
ଏଥିରେ ମଧ୍ୟ ରେ ବିଜୟୀ ହୋଇଥିଲେ ସିଣ୍ଢୋଲ କଲେଜ, ଅତାବିରା କଲେଜ, ଲଇଡା କଲେଜ, ତୋରା କଲେଜ,ରାମପୁର କଲେଜ, ସରଧାପାଲି କଲେଜ ଓ ଶେଷ ମେଚ ଟି ୱାକଭର ବିଜୟୀ ହୋଇଛନ୍ତି। ଏଥିରେ ଲରମ୍ଭା ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୧୧/୨୦୨୧----୯,୧୦ 
Sakhigopal News,30/11/2021

Blog Archive

Popular Posts