ବିଜେପି ଦଳ ଛାଡି ବିଜେଡିରେ ଯୋଗଦେଲେ ୧୨ ପରିବାର
Twelve families left the BJP and joined the BJD.
ଡେଲାଙ୍ଗ----- ପିପିଲି ନିର୍ବାଚନ ପରେ ଯେଉଁମାନେ ବିଜେପି ଉପରେ ଭରଷା କରି ଉକ୍ତ ଦଳରେ ସାମିଲ ହୋଇଥିଲେ । ବିଜେପି ଦଳ ଉପରେ ବା ସ୍ଥାନୀୟ ନେତାଙ୍କ ଉପରେ ଜନସାଧାରଣ ଭରଷା ଆଉ ପାଉନାହିଁ । କାରଣ ବିଜେପି ନେତା ଦୁଇ ଦୁଇଥର ନିର୍ବାଚନ ମଇଦାନରେ ଚିତପଟାଙ୍ଗ ମାରିଲେଣି । ଥରେ ବାପାଙ୍କ ସହ ଏବେ ପୁଅ ମଧ୍ୟ ଚିତପଟାଙ୍ଗ କରିଦେଇଛନ୍ତି । କୌଣସି= ଉପାୟ ନ ପାଇଏବେ ପାୟ ଅଧିକାଂଶ ପରିବାର ବିଜେଡି ଦଳ ସହିତ ସାମିଲ ହେଉଥିବାର ଦେଖାଯାଇଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଅନ୍ୟ ପଟେ ଲୋକାଭିମୁଖି ବିକାଶ ଯୋଜନାରେ ଅନୁପ୍ରାଣିତ ହୋଇ ବିଜେପି ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବେରବୋଇ ପଞ୍ଚାୟତର ୧୨ଜଣ ପରିବାର । ବେରବୋଇ ପଞ୍ଚାୟତର ବିଜୁ ଜନତା ଦଳ ସଭାପତି ଗୋପାଳ ଚନ୍ଦ୍ର ସ୍ୱାଇଁଙ୍କ ଠାରୁ ସୁଚନା ମିଳିଛି । ସେମାନେ ହେଲେ ଶଶାଙ୍କ ଶେଖର ସ୍ୱାଇଁ,ଅଭିନାଶ ସ୍ୱାଇଁ,ଘନଶ୍ୟାମ ସ୍ୱାଇଁ,ସୁର୍ଯ୍ୟକାନ୍ତ ସ୍ୱାଇଁ,ରଶ୍ମି ରଞ୍ଜନ ସ୍ୱାଇଁ,ଦୀପକ କୁମାର ସ୍ୱାଇଁ,ବଚନ ସ୍ୱାଇଁ,ସରୋଜ କୁମାର ସ୍ୱାଇଁ ପ୍ରମୁଖଙ୍କୁ ଡେଲାଙ୍ଗ ପିପିଲି ନିର୍ବାଚନର ନବନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥି ଦଳୀୟ ଉତରୀୟ ଓ ଫୁଲତୋଡା ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ଏହି ମିଶ୍ରଣ ପର୍ବରେ ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ଧରଣୀଧର ସାହୁ,ଗୁଆଳିପଡା ପଞ୍ଚାୟତ ସମିତିସଭ୍ୟ ବାସୁଦେବ ଜେନା ଉପସ୍ଥିତ ଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୧/୧୧/୨୦୨୧--- ୮,୪୫
Sakhigopal News, 21/11/2021