ଘରେ ଦେଖିଦେବାରୁ,ନାବାଳିକାର ଆତ୍ମହତ୍ୟା ଉଦ୍ୟମ , ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି
Seeing at home, the juvenile attempted suicide, hospitalized in critical condition.
ଭଞ୍ଜନଗର--- ଜଣେ ନାବାଳିକା ଝିଅ ଏକ ଯୁବକ ସହ ପ୍ରେମ ସଂପର୍କ ରଖିଥିଲା। ଯୁବକ ଜଣଙ୍କ ଘରେ କେହିନଥିଲା ବେଳେ ପ୍ରେମିକା ଙ୍କ ଘରକୁ ଆସିଥିଲା । ଏହି ସମୟରେ ସଂପୃକ୍ତ ନାବାଳିକା ର ଭାଇ ଯୁବକ ଜଣଙ୍କୁ ଦେଖିଦେଇଥିଲା । ଭଉଣିକୁ ତାଗିଦ୍ କରିଥିଲା । ପରବର୍ତ୍ତୀ ସମୟରେ ଅପମାନ ସହିନପାରି ନାବାଳିକା ଜଣକ ଘରେ କେହିନଥିଲା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଭାଇ କିଛି ସମୟ ପରେ ଘରକୁ ଫେରିଥିଲା । କବାଟ ବନ୍ଦ ରହିଥିବାରୁ କବାଟ ଭାଙ୍ଗି ଦେଖିବା ବେଳକୁ ନାବାଳିକା ଜଣକ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରୁଥିଲା । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ । ଘଟଣା ସ୍ଥଳରୁ ଭଉଣୀ କୁ ଉଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣା ପଡିଥିଲା ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିବା ପୂର୍ବରୁ ନାବାଳିକା ଜଣକ ବିଷ ମଧ୍ୟ ପିଇ ଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ନାବାଳିକା କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ନାବାଳିକା ର ଅବସ୍ଥା ସଂକଟାପନ୍ନ ଥିବା ମେଡ଼ିକାଲ ରୁ ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି । ଯୁବକ ଜଣକ ବେଲଗୁଣ୍ଠା ଅଞ୍ଚଳର ବୋଲି ଜଣାପଡିଛି । ଘଟଣା ଜଣା ପଡ଼ିବାପରେ ସେ ସେଠାରୁ ଫେରାର ହୋଇଯାଇଥିଲା ।

ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୧/୨୦୨୧----୧୦ ,୩୦ Sakhigopal News,17/11/2021