Breaking News

ଶିକ୍ଷକ ସଙ୍ଘର ନୂତନ କର୍ମକର୍ତା ଗଠନ ଓ ଶପଥ ପାଠ ଉତ୍ସବ

Teachers' Union formation and swearing-in ceremony

ବଲାଙ୍ଗୀର----   ସଇଁତଲା ବ୍ଲକ ଅନ୍ତର୍ଗତ ସ୍ଥାନିୟ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପଡିଆ ଠାରେ ଶିକ୍ଷକ ସଙ୍ଘର ନୂତନ  କର୍ମକର୍ତ୍ତା ଓ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜୋନାଲ ସେକ୍ରେଟେରୀ ତପନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ,ଆର୍ତ୍ତତ୍ରାଣ ରଥ,ପ୍ରକାଶ ପଣ୍ଡା, ନାରାୟଣ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସୁସ୍ଥ ସମାଜ ଗଠନରେ ଶିକ୍ଷକର ଭୂମିକା ଉପରେ ଆଲୋକ ପାତ କରିବା ସହ ଶିକ୍ଷକ ମାନଙ୍କ ପାଇଁ ଶିକ୍ଷକ ସଙ୍ଘର ସଂଗଠନ କେତେ ଆବଶ୍ୟକତା ରହିଛି ସେ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ ।
କ୍ଷେତ୍ରପାଳ ଜାଲ ଓ ଦିଲୀପ ବବର୍ତୀ ମଞ୍ଚ ପରିଚାଳନା କରିଛନ୍ତି। ଉକ୍ତ ସଭାରେ ସଇଁତଲା ବ୍ଲକର ବିଭିନ୍ନ ସ୍କୁଲରୁ ଶତାଧିକ ପ୍ରାଥମିକ ଶିକ୍ଷକ ଯୋଗଦେଇଥିଲେ।ଶେଷରେ ଶିକ୍ଷକ  ସରୋଜ କୁମାର ବୈଠାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବୈଇକୁଣ୍ଠ ଭୋଇ, ସରୋଜ ବୈଠାରୁ, ବାଳକୃଷ୍ଣ ନାଗ,ପ୍ରସନ୍ନ ମେହେର, ମୋହନ ନନ୍ଦ ଓ ମନୋଜ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହାୟକ କରିବା ସହ ଶପଥ ଗ୍ରହଣ କରିଥିଲେ। ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗ, ୨୪/୧୧/୨୦୨୧----୭,୧୫   

Sakhigopal News,24/11/2021 

Blog Archive

Popular Posts