ପ୍ରଶାସନ ତରଫରୁ ୭ଜଣ ଦିବ୍ଯାଙ୍ଗ ମାନଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ
The administration has distributed three-wheeled bicycles to four disabled people.
ଭଞ୍ଜନଗର---- ଜଗନ୍ନାଥପ୍ରସାଦ ବ୍ଲକ , ତାରାସିଂ ପଞ୍ଚାୟତର ୭ଜଣ ଦିବ୍ଯାଙ୍ଗଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି । ମଙ୍ଗଳବାର ଦିନ ଜଗନ୍ନାଥପ୍ରସାଦ ବ୍ଲକ ପରିସରେ ଜଗନ୍ନାଥପ୍ରସାଦ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା । ଉତ୍ସବ ରେ ତାରସିଂ ସରପଞ୍ଚ ଲିପିକା ସ୍ବାଇଁ,ସରପଞ୍ଚ ପ୍ରତିନିଧି ଜିତୁ ପ୍ରଧାନ ରୋଜଗାର ଗ୍ରାମ ସେବକ ବୈକୁଣ୍ଠ କୁମାର ପ୍ରଧାନ ଉପସ୍ଥିତ ଥିଲେ । ସାଇକେଲ ପାଇଥିବା ଭିନ୍ନକ୍ଷମ ହେଲେ ପିତବାସ ନାଇକ ,ସନ୍ତୋଷ ନାଇକ,ଶୁଶାନ୍ତ ପ୍ରଧାନ,ବିଦ୍ୟାଧର ପ୍ରଧାନ,କାଙ୍ଗାଲି ସାହୁ,ପ୍ରଫୁଲ୍ଲ ସେଠୀ ଓ ଧୋବା ପ୍ରଧାନ । ତାରସିଂ ଅଞ୍ଚଳ ରେ ଥିବା କିଛି ଗ୍ରାମରରେ ଭିନ୍ନକ୍ଷମ ବ୍ୟକ୍ତିମାନେ ଆଶାବାଡି ଧରି ଚାଲୁଥିବାର ତାରସିଂ ସରପଞ୍ଚ ଶ୍ରୀମତୀ ସ୍ବାଇଁ , ବିଭାଗୀୟ ଅଧିକାରୀ ଙ୍କୁ ଜଣାଇବା ପରେ ମଙ୍ଗଳବାର ଦିନ ଉକ୍ତ ୭ଜଣ ଭିନ୍ନକ୍ଷମ ମାନଙ୍କୁ , ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ପଣ୍ଡା ଙ୍କ ସମେତ ,ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ଉପସ୍ଥିତ ରହି ସଂପୃକ୍ତ ଭିନ୍ନକ୍ଷମ ଙ୍କୁ , ତିନି ଚକିଆ ସାଇକେଲ ପ୍ରଦାନ କରିଥିଲେ । ଏଭଳି ସୁବିଧା ପାଇବା ପରେ , ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୂପ କୁମାର ପଣ୍ଡା,ସରପଞ୍ଚ ଲିପିକା ସ୍ବାଇଁ ଓ ସରପଞ୍ଚ ପ୍ରତିନିଧି ଜିତୁ ପ୍ରଧାନଙ୍କ ଧନ୍ୟବାଦ ଜଣାଇଥିଲେ ହିତାଧିକାରୀ ମାନେ ।

ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୧୧/୨୦୨୧-----୧୦,୫୦ Sakhigopal News,23/11/2021