Breaking News

ମାଛ ଚାଷ ସମ୍ପର୍କରେ ମହିଳା ଗୋଷ୍ଠୀ ମାନଙ୍କୁ ତାଲିମ ଶିବିର

Training camp for women groups on fish farming


 ସାକ୍ଷୀଗୋପାଳ------ ସାକ୍ଷୀଗୋପାଳ ଆତ୍ମାର ସଭାଗୃହ ପରିସରରେ ମହିଳା ଗୋଷ୍ଠୀ ମାନଙ୍କୁ ଏକ ଦିନିକିଆ ମାଛ, ଛତୁ ଓ ପନିପରିବା ଚାଷ ସହିତ ମହୁଚାଷ କରିବା ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଆୟାଜନ କରାଯାଇଥିଲା । ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବିଶେଷ କରି ଗ୍ରାମ ପଞ୍ଚାୟତ ପୋଖରୀ ନିଲାମ ନେଇ ରଙ୍ଗିନି ମାଛ ଚାଷ, ଜୈବପୁଞ୍ଜି ମାଧ୍ୟମରେ ବାରି ଅଗଣାରେ ମାଛ ଚାଷ ଉପରେ ବୈଜ୍ଞାନିକ ଡ. ଅମ୍ବିକା ପ୍ରସାଦ ନାୟକ ତାଲିମ ପ୍ରଦାନ କରିଥିଲେ । ସେହିପରି ପୁରୀ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସଞ୍ଜୟ କୁମାର ମହାନ୍ତି ଯୋଗଦେଇ ବିଭିନ୍ନ ପ୍ରକାରର ଶୀତ ଦିନିଆ ପନିପରିବା ଚାଷ ଓ ରୋଗପୋକ ସମ୍ପର୍କରେ ଆଲେଚନା କରିଥିଲେ । ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଯୋଗ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧୧/୨୦୨୧---୯,୪୫  

 Sakhigopal News , 17/11/2021

Blog Archive

Popular Posts