Breaking News

ଗୋବିନ୍ଦ ଜୀଉ ଗୋଶାଳାରେ ଗୋ କାଠ ମେସିନ ଉଦଘାଟିତ

A cow wood machine has been inaugurated at the Govind Jiu Goshala


  ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ମହାବଳପଡା ଶ୍ରୀ ଶ୍ରୀ ଗୋବିନ୍ଦ ଜୀଉ ଗୋଶାଳାରେ ଗୋ କାଠ ମେସିନ ଉଦଘାଟିତ ହୋଇଯାଇଛି । ଫନି ବାତ୍ୟା ପରେ କାଠ ନ ମିଳିବା ଯୋଗୁ ଅନ୍ୟ ପକ୍ଷେ ଗ୍ୟାସ ଦର ହୁହୁ ବଡିବାରେ ଲାଗିଛି । ଏଣୁ ଗୋବରରେ ନିର୍ମିତ କାଠ ବ୍ୟବହାର କରିବା ପାଇଁ ଏକ ମେସିନ  ଅଖିଳ ଭାତୀୟ ମାରୱାଡି ମହିଳା ସମିତି ଭୁବନେଶ୍ୱର ଶାଖା ପକ୍ଷରୁ ଯୋଗାଇ ଦିଆଯାଇଛି । ପଣ୍ଡିତ ଲକ୍ଷ୍ମୀଧର ପଣ୍ଡା ପୂଜା ପାଠ କରିବା ପରେ ମାରୱାଡି ମହିଳା ସମିତିର ଅଧ୍ୟକ୍ଷା ରେଖା ଅଗ୍ରୱାଲ, ସରୋଜ ଚାନ୍ଦୁକା, ମଞ୍ଜୁ ହାସନ, ଉମା ଚୌଧୁରୀ, ଶଶୀ ଅଗ୍ରୱାଲ, ମିନା ପଦର, ସରିତା ଅଗ୍ରୱାଲ, ମିଥିଲେସ ଗୁପ୍ତା, ମିନୁ ସରାପ, ଲଲିତ ମୋଦି, ରାଜ ଗୁପ୍ତା, ସୁଧିର ଚକ୍ରବର୍ତ୍ତୀ, ବିଭୁତି ଭୂଷଣ ସାମନ୍ତସିଂହାର ମହାପାତ୍ର, ରାମସୂରପ ପ୍ରସାଦ,କୃଷ୍ଣ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଗୋବରରୁ ନିର୍ମିତ କାଠ ମେସିନ ଉଦଘାଟନ କରାଯାଇଥିଲା । ଏହି ଅବସରରେ ଗୋଶାଳାରେ ଥିବା ଗୋ ମାତାଙ୍କ ପାଇଁ ପାଚିଲା କଦଳୀ, ଗୁଡ ଖଶଇବାକୁ ଦେବା ସହ ଗୋଶାଳାର ଉନ୍ନତି ନିମନ୍ତେ କିଛି ଆର୍ଥିକ ସାହାର୍ଯ୍ୟ ମାରୱାଡି ମହିଳା ସମିତର ସଦସ୍ୟା ମାନେ ପ୍ରଦାନ କରିଥିଲେ । ଗୋଶାଳାର ଅଧ୍ୟକ୍ଷ ମହେଶ୍ୱର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।  ଅନ୍ୟ ରାଜ୍ୟରେ ଏହି ମେସିନ ବ୍ୟବହାର କରାଯାଉଥିବା ବେଳେ ଓଡିଶାରେ ଏହା ବ୍ୟବହାର କରିବା ପାଇଁ ମାରୱାଡି ମହିଳା ସମିତିର ଅଧ୍ୟକ୍ଷା ରେଖା ଅଗ୍ରୱାଲ ସରକାରଙ୍କ ପାଖରେ ନିବଦେନ କରିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୧/୨୦୨୧=----୮,୨୦  

Sakhigopal News, 8,20

==

Blog Archive

Popular Posts