ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ଵାରା “ସମ୍ବିଧାନ ଦିବସ” ପାଳନ
"Constitution Day" is celebrated by the Khordha Road Railway
ଜଟଣୀ --ଭାରତର ସମ୍ବିଧାନକୁ ଅଙ୍ଗୀକାର କରିବାର ସ୍ମରଣାର୍ଥୈ ପ୍ରତିବର୍ଷ 26 ନଭେମ୍ବରରେ “ସମ୍ବିଧାନ ଦିବସ” ପାଳନ କରାଯାଉଛି |ଏହା ଦୂରଦୃଷ୍ଟି ସମ୍ପନ୍ନ ମହାନ ବ୍ୟକ୍ତିତ୍ୱ, ଭାରତୀୟ ସମ୍ବିଧାନର ପିତା ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବାର ଏକ ଦିନ । ଡ୍ରାଫ୍ଟ କମିଟିର ସଦସ୍ୟ ଡକ୍ଟର ବି.ଆର. ଆମ୍ବେଦକରଙ୍କ ସ୍ବାକ୍ଷରରେ 1949 ମସିହା ନଭେମ୍ବର 26 ତାରିଖ ଦିନ ଏହି ସମ୍ବିଧାନ କୁ ଅଙ୍ଗୀକାର କରାଯାଇଥିଲା | ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ର କାର୍ମିକ ବିଭାଗ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ “ସମ୍ବିଧାନ ଦିବସ” ପାଳନ କରାଯାଇଛି | ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ କଲ୍ୟାଣ ପଟ୍ଟାନାଇକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା), ଶ୍ରୀ ଅଶୋକ କୁମାର, ଅନ୍ୟ ଶାଖା ଅଧିକାରୀ ଏବଂ କର୍ମଚାରୀମାନେ ସମ୍ବିଧାନର ମୁଖବନ୍ଧ ପାଠ କରିଥିଲେ । ଆମ ଗଣତାନ୍ତ୍ରିକ ରାଷ୍ଟ୍ରର ମୈଳିକ ମୂଲ୍ୟବୋଧରେ ନିଜକୁ ସମର୍ପିତ କରିବା ଏବଂ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱର ନୀତିକୁ ସମ୍ମାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ମଣ୍ଡଳ ର ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା “ସମ୍ବିଧାନର ମୁଖବନ୍ଧ” ପଠନର ଲାଇଭ୍ ଟେଲିକାଷ୍ଟରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ର ବରିଷ୍ଠ କାର୍ମିକ ଅଧିକାରୀ ,ଶ୍ରୀ ରଂଜନ କୁମାର ମହାନ୍ତିଙ୍କ ଦ୍ୱାରା ସଂଯୋଜନା କରାଯାଇଥିଲା।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୨୧/୨୦୨୧---୯,୧୦
Sakhigopal News,26/11/2021