Breaking News

ଯାଦବ ସମାଜର ରାସପୂର୍ଣ୍ଣିମା କମିଟୀ ପକ୍ଷରୁ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଉତ୍ସବ

Worship of Lord Krishna on behalf of the Raspurnima Committee of the Yadav Society
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ମାନପୁର ପଞ୍ଚାୟତର ମହଲାକଟା ଗ୍ରାମଠାରେ ଯାଦବ ସମାଜର ରାସପୂର୍ଣ୍ଣିମା କମିଟୀ ପକ୍ଷରୁ  ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ପୁରୋହିତ ଭାବରେ ପଣ୍ଡିତ ଶ୍ଯାମ ନାୟକ ପୂଜାର୍ଚନା କରିଥିଲେ ।  କର୍ତ୍ତା ଭାବରେ ବାସୁଦେବ ଭୋଇ ଓ ତାଙ୍କର ଧର୍ମପତ୍ନୀ ସୁବିଧା ଭୋଇ କାର୍ଯ୍ୟ ସମ୍ପାଦନ କରିଥିଲେ। ଭେଡେନ ବ୍ଲକ ଯାଦବ ସାଂସ୍କୃତିକ ସମାଜ ର ସଂଯୋଜକ ନୀଳାମ୍ବର ମଲ୍ଲିକ ସଂଯୋଜନା କରିଥିବା ବେଳେ ମାନସ ଗରିଆ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ର ସଭାପତି ରାଜୁ ଘିବେଲା, ସମ୍ମାନୀତ ଅତିଥି ଭାବେ ରାଜ୍ୟ ଉପସଭାପତି ଧନସିଂ ଭୋଇ, ଜିଲ୍ଲା ସଂପାଦକ ରାମ ନାରାୟଣ ଭୋଇ, ଉପସଭାପତି ମନଫୁଲ ଭୋଇ, ସଂପାଦକ କେଶବ ଭୋଇ, ବ୍ଲକ ସଂପାଦକ ଗୋବିନ୍ଦ ଜୁଆଡି, ଆଇନ ପରାମର୍ଶଦାତା ରକ୍ଷାକାରୀ ଠେଲା, ବୁଦ୍ଧିଜିବୀ ସମାଜ ଉପସଭାପତି ନାରାୟଣ ଭୋଇ, ଜିଲ୍ଲା ଯୁବ ସଭାପତି ପ୍ରଦୀପ ଥପା, ଉପସଭାପତି ବିଭୁ ମହାକୁଡ, ଅତାବିରା ଯୁବ ସଂଯୋଜକ ଗୁଣନିଧି ଭୋଇ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏଥିରେ ବ୍ଲକ ସ୍ତରୀୟ ଓ ପଞ୍ଚାୟତ ସ୍ତରରେ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ରିଝେଇପାଲି ଓ ସୁଖପାଲି ର ମହିଳା କୀର୍ତ୍ତନ ଦଳ ପରିବେଷଣ କରିଥିଲେ। ଗାୟକ ମାନଙ୍କୁ ଜିଲ୍ଲା ସଭାପତି ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।  ଭେଡେନ ବ୍ଲକ ଯାଦବ ସମାଜ ଭାଇ ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ପରିଶେଷରେ ନାରାୟଣ ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୧୧/୨୦୨୧----୯,୪୫ 
 Sakhigopal News, 20/11/2021

Blog Archive

Popular Posts