ବନବିଭାଗ ର ଚଢ଼ାଉ , ୧୧ଖଣ୍ଡ ଶାଗୁଆନ କାଠ ଜବତ ; ଆସାମୀ ଫେରାର
ଭଞ୍ଜନଗର---- ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳର ଗାଙ୍ଗପୁର ଫରେଷ୍ଟ ସେକସନ୍ ଅନ୍ତର୍ଗତ ଶିଆରୀମାଳ ଗାଁ ରେ, ଜଣେ ବ୍ୟକ୍ତି ଚୋରା କାଠ ରଖିଥିବା ସୂଚନା ପାଇ ବନବିଭାଗ ର ଚଢ଼ାଉ କରିଥିଲେ । ବନବିଭାଗ ର ସୂଚନା ପ୍ରକାରେ ସଞ୍ଜୟ ନାୟକ ଙ୍କ ଘରପଛ ପାଖରେ , ୧୧ ଟି ଶାଗୁଆନଗଣ୍ଡି ଠାବ କରି ତାହାକୁ ଜବତ କରିଛି ବନବିଭାଗ । ଘଟଣା ସ୍ଥଳରୁ ସଂପୃକ୍ତ ବ୍ୟକ୍ତି ସଂଜୟ ନାୟକ ଫେରାର ହୋଇଯାଇଛନ୍ତି । ତାଙ୍କ ନାମରେ ବନବିଭାଗ ୩୦୧/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହାସହ ସଂଜୟଙ୍କୁ ଧରିବା ପାଇଁ ବନବିଭାଗ ଚଢ଼ାଉ ଜାରି ରଖିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଖବର ନେବାରେ ଜଣାପଡିଛି ଏହି ଘଟଣା ବିଷୟରେ କୈଣସି ସୁତ୍ରରୁ ଖବର ପାଇ , ଚଢାଉ କରିବା ପାଇଁ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ଙ୍କ ନିର୍ଦ୍ଦେଶ ପରେ ଗାଙ୍ଗପୁର ଥାନା ଅଧିକାରୀ ଧୀରେନ କୁମାର ଦାଶ ଓ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ମିଳିତ ନେତୃତରେ ଗାଙ୍ଗପୁର ପୁଲିସ କର୍ମଚାରୀ, ଗାଙ୍ଗପୁର ସେକସନର ବନପାଳ ଜି ଭେଙ୍କଟ ଦୋରା , କାଳିଆମ୍ବା ସେକସନର ବନପାଳ ଶରତ କୁମାର ମହାନ୍ତି , ଶଙ୍କର ଗୈାଡ , ବନରକ୍ଷୀ ବିଜ୍ଞାନୀ ବେହେରା ସମେତ ସ୍କ୍ବାର୍ଡ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛିତ ଥିବା ଉକ୍ତ ଶାଗୁଆନ କାଠକୁ ଜବତ କରି ଗାଙ୍ଗପୁର ସେକସନର କାର୍ଯ୍ୟାଳକୁ ଆଣିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୧/୨୦୨୧ ---୮,୩୦
Sakhigopal News,25/11/2021