Breaking News

ଗଛରେ ଝୁଲୁଥିବା ଅବସ୍ଥାରେ ଯୁବକଙ୍କର ଶବ ଉଦ୍ଧାର

The body of the young man was found hanging from a tree.

ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ସ୍ଥିତ ସଦାନନ୍ଦପୁର  ଆଦିବାସୀ ସାହିରେ ଜଣେ ବିବାହିତ ଯୁବକର ଶବ ଗଛରେ ଝୁଲୁଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ପୋଲିସ ସୁତ୍ରରୁ ପ୍ରକାଶ  ଯେ ଯୁବକ ଜଣଙ୍କ ନାମ ହେଉଛି ସତ୍ୟ ସିଂ(୨୭) ।   ଘରେ କଳି କଜିଆ ହେବାରୁ ସତ୍ୟଙ୍କ ସ୍ତ୍ରୀ ବାପ ଘରକୁ  ପଳାଇ ଯାଇଛି । ନିଜ ସ୍ତ୍ରୀଙ୍କୁ ଆଣିବାକୁ ଯାଉଛି ବୋଲି ସତ୍ୟ ପରିବାର ଲୋକଙ୍କୁ କହିଥିଲା । ତା ପର ଠାରୁ  ସତ୍ୟକୁ ପରିବାର ଲୋକେ ବା ସାହି ପଡିଶା କେହି ଦେଖିନଥିଲେ ।  ଶନିବାର ଘର ପଛପଟୁ ଦୁର୍ଗନ୍ଧ ହେବାରୁ ପରିବାର ଲୋକମାନେ ଦେଖିବାରୁ ଏକ ପଣସ ଗଛରେ ସତ୍ୟଙ୍କ ମୃତ୍ୟୁ ଦେହ ଝୁଲୁଥିବାର ଦେଖିଥିଲେ ।  ସତ୍ୟବାଦୀ ଥାନାକୁ ପରିବାର ପକ୍ଷରୁ ସଙ୍ଗେ ସଙ୍ଗେ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ୨୫/୨୦୨୧ରେ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ କରାଇଥିଲେ ।ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି  । ବ୍ୟବଛେଦ ରିର୍ପୋଟ ଆସିଲା ପରେ  ମୃତ୍ୟୁ ସମ୍ପର୍କରେ ସଠିକ ଜଣାପଡିବ ବୋଲି ଥାନା ଅଧିକାରୀ ଶ୍ରୀ  ପାତ୍ରଙ୍କ ଠାରୁ ସୁଚନା ମିଳିଛି । 

 ସାକ୍ଷୀଗୋପାଳକ୍କ ଧୀରେନ୍ଦ୍ର ସେନାପତି, ୨୮/୧୧/୨୦୨୧----୫,୪୦  

 Sakhigopal News, 28/11/2021

Blog Archive

Popular Posts