ସାକ୍ଷୀଗୋପାଳଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଅଗ୍ନିକା; ଦୁଇ ଆହତ
Sakshigopala State Bank of India fire; Two injured.
ସାକ୍ଷୀଗୋପାଳ-----ସାକ୍ଷୀଗୋପାଳ ମେଡିକାଲ ନିକଟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିସରରେ ଅଗ୍ନିକାଣ୍ଡ ଘଟିଯାଇଛି । ଅଗ୍ନିକାଣ୍ଡ ଲିଭାଇବା ସମୟରେ ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ ଓ ଶାଖା ପରିଚାଳକ ଆହତ ହୋଇଛନ୍ତି । ସକାଳୁ ସକାଳୁ ଗ୍ରାହକ ଓ ବ୍ୟାଙ୍କର କର୍ମଚାରୀ ମାନେ କାମରେ ବ୍ୟସ୍ତ ରହିଥିଲେ । ବ୍ୟାଙ୍କର କ୍ୟାଣ୍ଟିନରୁ ଚା କରୁଥିବା ବେଳେ ଗ୍ୟାସଲିକ ହୋଇ ଅଗ୍ନିକାଣ୍ଡ ଘଟିଥିବା ସତ୍ୟବାଦୀ ଅଗ୍ନିଶମ ଅଧିକାରୀ ମନୋଜପାତ୍ରଙ୍କ ଠାରୁ ସୁଚନା ମିଳିଛି । । ଏହା ଜାଣି ପାରି ବ୍ୟାଙ୍କର ସାଇରନ ବାଜି ଉଠିବା ସହ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀ ମାନେ ବ୍ୟାଙ୍କ ବାହାରକୁ ପଳାଇ ଆସିଥିଲେ । ବ୍ୟାଙ୍କର ଶାଖା ପରିଚାଳକ ସନ୍ତୋଷ କୁମାର ବେହେରା ପଡିଯାଇ ଆହତ ହୋଇଛନ୍ତି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର ମନୋଜ ପାତ୍ରଙ୍କ ଟିମ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ନିଆଁକୁ ଆୟତ କରୁଥିବା ବେଳେ ଆଗ୍ନିକ ଗାଡି ଚାଳକ ମାନସ କୁମାର ବିଶ୍ୱାଳ ପଡି ଯିବାରୁ ତାଙ୍କର ମୁହଁ ଓ ହତାରେ ଆଘାତ ଲାଗିଛି । ଅଗ୍ନିକାଣ୍ଡ ପରେ ବ୍ୟାଙ୍କ ବନ୍ଦ ରଖାଯାଇଛି । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Sakshigopala State Bank of India fire; Two injured.
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧୧/୨୦୨୧=---୧୦,୦୦
Sakhigopal News, 19/11/2021