Breaking News

ଆନ୍ତଃ ମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

Preparatory meeting for the inter-college football tournament.

ଭଞ୍ଜନଗର------ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ  ପକ୍ଷରୁ ଚଳିତ ବର୍ଷ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଡିସେମ୍ବର ୩ ରୁ ୭ ତାରିଖ ମଧ୍ୟରେ ଆନ୍ତଃ କଲେଜ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।   କେ ଏସ୍ ୟୁ ବି କଲେଜ ରେ  ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।   ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରି ପ୍ରତିଯୋଗିତା କିଭଳି ସଫଳତାର ସହ ସମ୍ପର୍ଣ୍ଣ ହେବ ସେ ନେଇ କହିଥିଲେ।  ଟୁର୍ଣ୍ଣାମେଣ୍ଟ ରେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା  ୧୪ ଟି ଟିମ୍ ଭାଗ ନେବ ।  ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିବା ପାଇଁ କ୍ରୀଡା ସଂସଦ ଉପ ସଭାପତି ଅଧ୍ୟାପକ  ଆମାସ ପାଟମାଝି, ରଜନୀ କାନ୍ତ ତ୍ରିପାଠୀ,ଅଧ୍ୟାପିକା ମନ୍ଦାକିନୀ ପଣ୍ଡା, ରାଜଶ୍ରୀ ନାୟକ ପ୍ରମୁଖ କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୧/୨୦୨୧---୯,୧୦
 Sakhigopal News,30/11/2021

Blog Archive

Popular Posts