କାର୍ତ୍ତିକ ପୂର୍ଣ୍ଣମାରେ ପୋଲିସ ଅଧିକାରୀ ସାମ୍ବାଦିକଙ୍କୁ ସମ୍ମାନୀତ
ସାକ୍ଷୀଗୋପାଳ ----- ଭାରତୀୟ ଆଜାଦମଞ୍ଚ ପୁରୀ ଶାଖା ପକ୍ଷରୁ ସତ୍ୟବାଦୀ ଥାନା ଅଧିକାରୀ ଦେବୀ ପ୍ରସାଦ ପାତ୍ର ଓ ଏସଆଇ ବିଦୁତ କୁମାର ଦେହୁରୀ ଙ୍କସ ହିତ ସାମ୍ବାଦିକ ଧୀରେନ୍ଦ୍ର ସେନାପତିଙ୍କୁ କରୋନା ଯୋଦ୍ଧା ଭାବେ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା । ଏହି ସମ୍ମାନୀତ ଉତ୍ସବରେ ରାଜ୍ୟ ସାଧାରଣ ସମ୍ପାଦକ ରାଜ କିଶୋର ବେହେରା, ପୁରୀ ଜିଲ୍ଲା ସଭାପତି ଚନ୍ଦ୍ରକାନ୍ତି ମହାନ୍ତି, ସାଧାରଣ ସମ୍ପାଦକ ରାଜ କିଶୋର ବାରିକ, ଜିଲ୍ଲା ଉପସଭାପତି ବିପିନି ବେହେରାଙ୍କ ସହିତ ମଞ୍ଚର ସଦସ୍ୟସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧୧/୨୦୨୧----୭,୨୫
Sakhigopal News, 19/11/2021