ନିଆଁରେ ପୋଡିବା ଘଟଣା; ଚିକିତ୍ସାଧିନ ଅବସ୍ଥାରେ କଟକ ମେଡିକାଲ ରେ ଆଖି ବୁଜିଲେ ମା ଓ ଝିଅ
Fire incidents; The mother and daughter lost their eyesight at Cuttack Medical Center while undergoing treatment.
ଭଞ୍ଜନଗର-- ଅସାବଧାନତା କାରଣରୁ ନିଆଁରେ ପୋଡ଼ିହୋଇ ଗୋଟିଏ ପରିବାରର ୩ ଆହତ ହୋଇଥିଲେ ଗତ ୧୭ ତାରିଖରେ । ସ୍ବାମୀ ସ୍ତ୍ରୀ ଓ ଝିଅ ଆହତ ଅବସ୍ଥାରେ ମେଡିକାଲ ରେ ଭର୍ତି ହୋଇଥିଲେ । ଶେଷରେ ୧୦ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ଝିଅ ଆଖି ବୁଜିଲେ ଦିପା । ସ୍ବାମୀ ଚିକିତ୍ସାଧୀନ ଅବସ୍ଥାରେ ବିପଦ ମୁକ୍ତ ଥିବାବେଳେ ଗତ ୨୫ତାରିଖ ଦିନ ସ୍ବୀ ମାମିର ମୃତ୍ୟୁ ଘଟିଯାଇଛି । ଆଜି ତଥା ୨୭ ତାରିଖ ଦିନ ଅପରାହ୍ନ ସମୟରେ ଝିଅ ଦିପାର ମୃତ୍ୟୁ ଘଟିଛି। ଏହେଉଛି ଗଂଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ସମ୍ବରବନ୍ଧ ଗାଁ ର ଘଟଣା । ଗତ ୧୭ ତାରିଖ ସଂଧ୍ୟାରେ ଘଟିଥିଲା ଏହି ଅଘଟଣ । ସେତେବେଳେ ନିଆଁ ରେ ପୋଡି ହୋଇ ଆହତ ହୋଇଥିଲେ ସମ୍ବରବନ୍ଧ ଗାଁ ର ପ୍ରଫୁଲ୍ଲ ନାୟକ , ତାଙ୍କ ସ୍ତ୍ରୀ ମାମି ନାୟକ ଓ ଝିଅ ଦୀପା ନାୟକ । ସେଦିନର ଘରେଥିବା ମୋଟର ସାଇକେଲ ରେ ପ୍ରଫୁଲ୍ଲ ପେଟ୍ରୋଲ ପକାଉଥିଲା ବେଳେ ହଠାତ୍ ପେଟ୍ରୋଲ ଜାରଟି ପ୍ରଫୁଲ୍ଲର ହାତରୁ ଖସିଯିବାରୁ ନିକଟରେ ଜଳୁଥିବା ଦୀପ ନିଆଁ ହଠାତ୍ ପେଟ୍ରୋଲ ସଂସ୍ପର୍ଶରେ ଆସିଯିବାରୁ ଘଟଣା ସ୍ଥଳରେ ନିଆଁ ଲାଗି ଯାଇଥିଲା । ବାପା ଓ ଝିଅ ଦେହରେ ନିଆଁ ଲାଗି ଯାଉଥିବା ବେଳେ , ମା ସେମାନଙ୍କୁ ଉଧାର କରିବାକୁ ଯାଇ ସେ ମଧ୍ୟ ଆହତ ହୋଇଥିଲେ । ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ଉଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ପରେ କଟକ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଆଜି ଝିଅ ଦୀପାର ମୃତ୍ୟୁ ଘଟିଥିବା ତାରାସିଂ ଥାନାଧିକାରୀ ପ୍ରଦୀପ୍ତ କୁମାର ଦାଶ ସୁଚନା ଦେଇଛନ୍ତି ।ଏହି ଘଟଣାକୁ ନେଇ କଟକ ସହରରେ ଥିବା ମଙ୍ଗଳବାଗ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧୧/୨୦୨୧ --୯,୪୦
Sakhigopal News,27/11/2021