Breaking News

ଆଜାଦି କା ଅମୃତ ମହୋତ୍ସବ ଅବସରରେ ; ବନଭିବାଗ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ

On the occasion of the Azadi Ka Amrit Mahotsav; Awareness programs from the forest department.
 
ଭଞ୍ଜନଗର-- ଉତ୍ତର ଘୁମୁସର ବନଖଣ୍ଡ ଗାଙ୍ଗପୁର ଫରେଷ୍ଟ ସେକ୍ସନ ଅନ୍ତର୍ଗତ   ବିଞ୍ଜଗିରି ଗାଁ ଠାରେ ଏକ ଜନ ସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରା ଙ୍କ ନିନ୍ଦେର୍ଶ କ୍ରମେ କାର୍ଯ୍ୟକ୍ରମଟି  କରାଯାଇଥିଲା। ସ୍ଥାନୀୟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ , ଗ୍ରାମବାସୀ ଙ୍କ ସମେତ ଛାତ୍ର ଛାତ୍ରି ମାନଙ୍କୁ ନେଇ ଆଜାଦିକା ଅମୃତ ମହୋଚବ ସପ୍ତାହ ପାଳନ କରାଯାଇଥିଲା । ଏଥିରେ,ମହିଳା ସଶକ୍ତିକରଣ , ଲିଂଗଗତ ଵୈଷମ୍ୟତା ଓ ଲିଂଗଗତ ହିଂସା ଦୂରୀକରଣ , ଆଦିବାସୀ ଓ ଗରିବ ମାନଙ୍କ ଜୀବିକା ର ଉନ୍ନତି ଏବଂ ସ୍ୱାସ୍ଥ୍ୟ ହିଁ ସଂପଦ ସଂକ୍ରାନ୍ତରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା  । ଏଥିରେ  ଗାଙ୍ଗପୁର ବନପାଳ  ଭେଙ୍କେଟ୍ ରାଓ ଦୋରା,ପଶୁଲୁଣ୍ଡା ବନପାଳ ଜିତେନ୍ଦ୍ର ମଲ୍ଲିକ,ବନରକ୍ଷୀ ବିଞ୍ଜାୟନୀ ବେହେରା ପ୍ରକଳ୍ପ ସଂଯୋଜକ  ପ୍ରଶାନ୍ତ କୁମାର ସାହୁ,  ସନ୍ତୋଷ କୁମାର ଡାକୁଆ, ସ୍ୱାତୀ ଅନୁଷ୍ଠାନ ର କର୍ମଚାରୀ ବିଶ୍ୱଜିତ୍ ଭୋଇ, ପ୍ରିୟଦର୍ଶିନୀ ପ୍ରଧାନ, ବିଶ୍ୱଜିତ୍ ବେହେରା ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ କୁ ବନବିଭାଗ କର୍ମଚାରୀ ଙ୍କ ସମେତ ପ୍ରଧାନ ଶିକ୍ଷକ କାର୍ତ୍ତିକ ସେଠୀ, ଦାଶରଥି ସେଠୀ , ସୁକାନ୍ତ କୁମାର ବେହେରା ପ୍ରମୁଖ ଶିକ୍ଷକ ପରିଚାଳନା କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧୧/୨୦୨୧----୫,୩୦   Sakhigopal News, 23/11/2021

Blog Archive

Popular Posts