Breaking News

ଲୋହରାଖଣ୍ଡି ନଦୀରେ ଭାସିଯାଇ ଯୁବକର ମୃତ୍ୟୁ

A young man drowned in the Lohrakhandi river.
ଭଞ୍ଜନଗର, -   ଭଞ୍ଜନଗର ଥାନା ଅନ୍ତର୍ଗତ ,ଲୋହରାଖଣ୍ଡି ନଦୀରେ ଭାସିଯାଇ ଜଣେ ଯୁବକର ମୃତ୍ୟୁ ଘଟିଛି ।  ମୃତ୍ୟୁ ଯୁବକ ଜଣକ ହେଲେ  ଭଞ୍ଜନଗରର  ଜାମପଲ୍ଲୀ  ଗାଁ ନିକଟ ସାହିର  ଅନୀଲ ନାଇକ (୧୯) । ଶନିବାର ପୂର୍ବାହ୍ନ ରେ ନିକଟସ୍ଥ ଲୋହରାଖଣ୍ଡି ନଦୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ପରେ ପରିବାର ଲୋକ ବହୁ ଖୋଜାଖୋଜି ପରେ , ଘଟଣା ସ୍ଥଳରୁ କିଛି ଦୂରରେ ଥିବା ରାମଚଣ୍ଡୀ ମନ୍ଦିର ପଛପାଖ ନଦୀ ଭିତରେ  ଠାବ କରିଥିଲେ ।
ସ୍ଥାନୀୟ ଲୋକଙ୍କ ସହାୟତା ରେ  ପରିବାର ଲୋକେ ତାକୁ ସେଠାରୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ଅନୀଲ ଙ୍କୁ ମୃତ ଘୋଷଣା କରିଥିଲେ । ଏସଂପର୍କରେ ସୂଚନା ପାଇ ଭଞ୍ଜନଗର ଥାନା ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ  ବ୍ୟବଛଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏସଂପର୍କରେ ଭଞ୍ଜନଗର ଥାନା ରେ ୪୨/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା  ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧୧/୨୦୨୧----୯,୨୦  
Sakhigopal News,27/11/2021
--

Blog Archive

Popular Posts