Breaking News

ଅବକାରୀ ବିଭାଗ ର ଚଢ଼ାଉ , ଜଣେ ଗିରଫ , ଚୋରା ମଦ ଜବତ


  ଭଞ୍ଜନଗର--- ଚୋରାରେ ଦେଶୀମଦ ପ୍ରସ୍ତୁତ କରୁଥିବା ବେଳେ  ଭଞ୍ଜନଗର ଅବକାରୀ ବିଭାଗ ର ଚଢ଼ାଉ । ୫୦ ଲିଟର ଚୋରା ଦେଶୀମଦ ଜବତ କରାଯିବା ସହ , ୨୧୫୦ ଲିଟର ପୋଚ ନଷ୍ଟ କରାଯାଇଛି । ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଚୋରାମଦ ପ୍ରସ୍ତୁତ ହେଉଥିବା  ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଭଞ୍ଜନଗର ଅବକାରୀ ବିଭାଗ ଅଧିକାରୀ ରମ୍ଭା ବାଗ୍ ଙ୍କ ନେତୃତ୍ବରେ ଚଢ଼ାଉ ହୋଇଥିଲା । ଏଥିରେ ଭଞ୍ଜନଗର ନିକଟ ନାହାତୋଟା ସାହି , ମରଠୀ ସାହି , ଏବଂ ବାଲିସାହି ଅଞ୍ଚଳରେ ଚଢ଼ାଉ ହୋଇଥିଲା । ଜବତ ମଦ ସହ ରନ୍ଧା ସାମଗ୍ରୀ ମଧ୍ୟ ଜବତ ହୋଇଥିଲା । ଗିରଫ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଏହି ମିଳିତ ଚଢଉରେ ଏଏସଆଇ ରାମେଶ୍ୱର ବେହେରା, ସନାତନ ନାହାକ,କୃଷ୍ଣଚନ୍ଦ୍ର ସେଠୀ,ସୁବଳ ପ୍ରଧାନ   ସମେତ ଆସିକା ଅବକାରୀ ବିଭାଗ ର କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିଲେ । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,
୧୯/୧୧/୨୦୨୧---- ୭,୪୦  Sakhigopal News, 19/11/2021

Blog Archive

Popular Posts