Breaking News

>>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • >>
  • ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି
  • >>
  • ଦୁର୍ନୀତିର ଗନ୍ତାଘର ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ; ଷ୍ଟାମ୍ପ ପେପର୍ ଓ ଷ୍ଟାମ୍ପ ଟିକଟ ବିକ୍ରୀରେ ଚାଲିଛି ଦଲାଲଗିରି
  • >>
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
  • >>
  • ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ
  • >>
  • ସତ୍ୟବାଦୀ ରେ ଚନ୍ଦନ ଯାତ୍ରା ଉତ୍ସବ ଉଦଯାପିତ ; ଠାକୁରଙ୍କ ନୀତି କାନ୍ତି ଠିକ ସମୟରେ ହେଉନାହିଁ, ଭକ୍ତଙ୍କୁ ବ୍ୟବହାର ଠିକ୍ କରାଯାଉନାହିଁ
  • >>
  • ରାସ୍ତା ମଝିରେ ଟ୍ରାନ୍ସଫର୍ମର ; ମରଣକୁ ନିମନ୍ତ୍ରଣ, ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ ତାର
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • >>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • >>
  • ଭଂଜନଗର ରେ ଦ୍ବାଦଶ ତମ ଆର୍ଟ ଅଫ ଗିଭିଂ ଡେ ପାଳିତ
  • >>
  • ଗ୍ରାମ ରେ ଅଲୌକିକ ଘଟଣା ,ମାଟି ତଳେ ଶିବଲିଙ୍ଗ , ଉଦ୍ଧାର କଲେ ଗ୍ରାମବାସୀ
  • କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ ଓ ଜନପ୍ରତିନିଧି

    Farmers and people's representatives locked the office of the agriculture officer.


    ବଲାଙ୍ଗୀର---- ବଲାଙ୍ଗୀର ଜିଲ୍ଲାରେ ପ୍ରତେକ ବର୍ଷ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଚାଷୀ ଧାରା କରଜ କରି ବିଲରେ ଧାନ ବୁଣି ଥାଏ । ଅନେକ ଥର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କରିଥିବା ଦୃଶ୍ୟ ଦେଖିବାକୁ ମିଳେ । ତେବେ ଏଭଳି ପରିସ୍ଥିତିରେ ସଇଁତଲା ବ୍ଲକରେ ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଅନେକ ପଞ୍ଚାୟତରେ ଗଜା ମରୁଡି ଦେଖା ଦେଇଛି । ଯାହା ଫଳରେ ଚାଷୀ ମୁଣ୍ଡ ଉପରେ ହାତ ଦେଇବସିଛି । ତେବେ ଏହି ଗଜାମରୁଡ଼ିର ରିପୋର୍ଟ ସଂଗ୍ରହ କରିବା ସହିତ କ୍ଷତି ପୂରଣ ଦାବିରେ କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀ ଓ ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ଶିଷକେଲା ଓ ବେଲଗା ପଞ୍ଚାୟତର ଚାଷୀ ମାନେ ଅନେକଥର ଅଭିଯୋଗ ମଧ୍ୟ କରିଥିଲେ ।ହେଲେ ଚାଷୀଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ । ଶେଷରେ ଆଜି ବାଧ୍ୟ ହୋଇ ଶିଷକେଲା ପଞ୍ଚାୟତ ସରପଞ୍ଚ ଉମାକାନ୍ତ ରଣାଙ୍କ ନେତୃତ୍ୱରେ ସ୍ଥାନୀୟ କୃଷି କାର୍ଯ୍ୟଳୟ ଆଗରେ ଶତାଧିକ ଚାଷୀ ଧାରଣା ଦେବାସହ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ତଲା ପକାଇ ଦେଇଛନ୍ତି ।  କୃଷି ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାଷୀଙ୍କୁ କ୍ଷତି ପୂରଣ ନଦେଲେ ଆଗାମୀ ଅନିର୍ଦ୍ଧିଷ୍ଟକାଳ ପାଇଁ ଧାରଣାରେ ବସିବା ପାଇଁ ଚାଷୀ ଚେତାବନୀ ଦେଇଛନ୍ତି।
    ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୩୦/୧୧/୨୦୨୧ Sakhigopal News,30/11/2021 

    Blog Archive

    Popular Posts